Header Ads

Header ADS

ଦୁଇ ଜଣଙ୍କୁ ଦଳି ମାରିଲା ଦନ୍ତା

ଦେବଗଡ: ଥମୁନି ହାତୀ ମଣିଷ ଲଢେଇ । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ମୃତ୍ୟୁ ଘଟୁଛି। ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଅଘଟଣ ଘଟିଛି।  ଟିପିରିସିଙ୍ଗା ଗାଁର ଦୁଇ ଜଣଙ୍କୁ ଦନ୍ତା ହାତୀ ଦଳି ଦେଇଛି। ଫଳରେ  ଘଟଣା ସ୍ଥଳରେ ଜଣେ ଯୁବତୀ ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ସୁରୁବାଲି କିଷାପ ଏବଂ ଖଇରି କିଷାନ। ବିଳମ୍ବିତ ରାତିରେ କାନ୍ଥ ଭାଙ୍ଗି ଦନ୍ତା ହାତୀଟି ଘର ଭିତରେ ପଶିଥିଲା। ଜୀବନ ବିକଳିରେ ଦୁଇ ଜଣ ଦୌଡି ପଳାଉଥିବାବେଳେ ଦଳି ଦେଇଥିଲା। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।



No comments

Powered by Blogger.