Header Ads

Header ADS

କାର୍ଯ୍ୟାନୁଷ୍ଠାନ ନିମନ୍ତେ ହାଇକମାଣ୍ଡଙ୍କୁ ନିବେଦନ କରିବେ ଗଞ୍ଜାମ ବିଜେଡି ଏନଏସି ସଭାପତି

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ଥିବା ଠାକୁରାଣୀ ମନ୍ଦିର ଠାରେ ଛତ୍ରପୁର ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ଗଞ୍ଜାମ ବିଜେଡି ଏନଏସି ସଭାପତି ରାଙ୍କନାଥ ପଲେଇଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କିଛି ସ୍ୱାର୍ଥପର ତଥା ବିଶୃଙ୍ଖଳକାରୀମାନେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଲୋକପ୍ରିୟତାକୁ ସହ୍ୟ କରିପାରୁ ନ ଥିବା ଓ ବିଶୃଙ୍ଖଳା ସୃଷ୍ଟି କରୁଥିବା କୁହାଯାଇଛି। ଏହିପରି ସ୍ୱାର୍ଥପର ଓ ବିଶୃଙ୍ଖଳକାରୀ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳର ହାଇକମାଣ୍ଡଙ୍କୁ ନିବେଦନ କରାଯିବ ବୋଲି ବିଜୁ ଜନତା ଦଳର ପଦପଦବୀରେ ଥିବା ପଦାଧିକାରୀ ଓ ଆଗଧାଡିର ନେତାମାନେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।



No comments

Powered by Blogger.