Header Ads

Header ADS

ଘର ଆଗରୁ ବାଇକ୍ ଚୋରି, ଥାନାରେ ଏତଲା

ଫୁଲବାଣୀ : କନ୍ଧମାଳ ଜିଲା  ଦାରିଙ୍ଗବାଡି ଥାନା ଅଞ୍ଚଳରେ  ଦିନକୁ ଦିନ ଗାଡ଼ି ଲୁଟେରାଙ୍କ ପ୍ରାଦୃଭାବ ବଢ଼ିବାରେ ଲାଗିଛି।  କେତେ ବେଳେ କାହାରି ଟ୍ରାକ୍ଟର ଚୋରି ହେଉଚି ତ ଆଉ କେତେବେଳେ କାହାର ବାଇକ୍ ଓ ୨୦୭ ମାସ୍କ ପିକଅପ୍।  ଏହିଭଳି ଭାବେ ସିମନବାଡ଼ି ଗ୍ରାମ ଯୁଡ଼ାବାଡ଼ି ବିନୋଦ ସାହୁଙ୍କ ଘର ଆଗରୁ ଏକ  ବାଇକ୍ ଚୋରି ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସିମନବାଡ଼ି ଗ୍ରାମର ବିନୋଦ ସାହୁ ସବୁଦିନ ଭଳି ଗତକାଲି ତାଙ୍କ ବାଇକ୍ ଘର ଆଗରେ ରଖିଥିବା ବେଳେ ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ଚୋରି କରି ନେଇଗଲେ।
ସକାଳେ ଉଠି ଦେଖିବା ବେଳେ ଗାଡ଼ିଟି ଚୋରି ହୋଇଯାଇଥିଲ ଦେଖିବାକୁ ପାଇଥିଲେ। ଏହାପରେ ବିନୋଦ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏହା ପୂର୍ବରୁ ଶ୍ରାନିକେତା ଗ୍ରାମର ମିନକେତନ ସାହୁର ଗୋଟିଏ ଟ୍ରାକ୍ଟର, ଦାରିଙ୍ଗବାଡିର ମୋହନ ସୁବୁଦ୍ଧିର ଗୋଟିଏ ଟ୍ରାକ୍ଟର ଓ ଆଦିବାସୀ ଗ୍ରାମର ରାଜେଶ ସାହୁଙ୍କ ଦୋକାନ ସାମ୍ନାରୁ ୨୦୭ ପିକଅପ୍ ଗାଡ଼ି ଚୋରି ହୋଇ ଯାଇଥିଲେ ସୁଦ୍ଧା  ପୁଲିସ ଉକ୍ତ ଚୋରି ଗାଡ଼ି ଗୁଡ଼ିକର କୌଣସି ସନ୍ଧାନ ଆଜି ପର୍ଯ୍ୟନ୍ତ ପାଇପାରି ନାହିଁ। ଫଳରେ ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ବୃଦ୍ଧି ପାଉଥିବା ବେଳେ ଲୋକେ  ବାଇକ  ଚୋର ଭୟରେ ଭୟଭୀତ ହୋଇ ରହିଛନ୍ତି।


No comments

Powered by Blogger.