Header Ads

Header ADS

ଦିବ୍ୟ ଜନନୀ ଶ୍ରୀଶ୍ରୀ ମା ସାରଦା

ବାଙ୍କୁଡ଼ା ଜିଲାର ଜୟ ରାମବାଟୀ ଗ୍ରାମରେ ଶ୍ରୀ ଶ୍ରୀ ମା ସାରଦାମଣି ଦେବୀ ୧୮୫୩ ମସିହାରେ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀଦିନ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ସାରଦା ଦେବୀଙ୍କ ବାପାଙ୍କ ନାମ ଶ୍ରୀ ରାମଚନ୍ଦ୍ର ମୁଖୋପାଧ୍ୟାୟ ଓ ମା ଥିଲେ ଶ୍ରୀମତୀ ଶ୍ୟାମା ସୁନ୍ଦରୀ ଦେବୀ। ଶୈଶବରୁ ମା’ ସାରଦା ଦେବୀ ଅତ୍ୟନ୍ତ ସ୍ବାଭାବିକ, ସହଜ ଓ ସ୍ବତଃସ୍ଫୁର୍ତ୍ତ ଥିଲେ। ତାଙ୍କ ବ୍ୟବହାରରେ ବିଶ୍ବମାତୃତ୍ବ, ବାତ୍ସଲ୍ୟ ସେବା ପରିସ୍ଫୁଟ ହେଉଥିଲା। ଶ୍ରୀଶ୍ରୀ ମା’ସାରଳା ଦେବୀ ଥିଲେ ଆଜନ୍ମ ମୂର୍ତ୍ତମତୀ ସରଳ। ବିଶିଷ୍ଟ ହିନ୍ଦୁ ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ମା’ ସାରଦା ଦେବୀ। ଭକ୍ତଗଣ ତାଙ୍କୁ ଦିବ୍ୟ ଜନନୀ ଓ ଶ୍ରୀଶ୍ରୀ ମା ନାମରେ ଅଭିହିତ କରିଥିଲେ। ରାମକୃଷ୍ଣ ଆନ୍ଦୋଳନର ବିକାଶ ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
ରାମଚନ୍ଦ୍ର ପାଣ୍ଡବ,
କାନନ ବିହାର, ପଟିଆ, ଭୁବନେଶ୍ବର



No comments

Powered by Blogger.