Header Ads

Header ADS

ଏହି ଦିନଠାରୁ କୋରାପୁଟକୁ ୭ଦିନ ସମସ୍ତ ରେଳ ଚଳାଚଳ ବାତିଲ – କେବଳ ଗଡିବ ହୀରାଖଣ୍ଡ

ସପ୍ତାହକ ପାଇଁ ଦୋହରୀକରଣ
ହୀରାଖଣ୍ଡକୁ ଛାଡ଼ି କୋରାପୁଟକୁ ସମସ୍ତ ରେଳ ବାତିଲ
କୋରାପୁଟ, ୨୬।୧୨(ନି.ପ୍ର): ନୂଆବର୍ଷରୁ ସପ୍ତାହକ ପାଇଁ   କୋରାପୁଟକୁ ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି। କୋରାପୁଟରୁ ବାଇଗୁଡ଼ା ରେଳ ଲାଇନର ଦୋହରୀକରଣ କାର୍ଯ୍ୟ ପାଇଁ ଜାନୁଆରୀ ୧ରୁ ୭ତାରିଖ ପର୍ଯ୍ୟନ୍ତ ଏପରି ପଦକ୍ଷେପ ନିଆଯାଇଛି। ଜାନୁଆରୀ ୧ରୁ ୫ ତାରିଖ ବିଶାଖାପାଟଣା-କୋରାପୁଟ ରେଳ ଏବଂ ୨ରୁ ୬ ତାରିଖରେ କୋରାପୁଟ-ବିଶାଖାପାଟଣା ରେଳକୁ ବାତିଲ କରାଯାଇଛି। ରାଉରକେଲାରୁ ଜଗଦଲପୁର ଯାଉଥିବା ରେଳ ୧ରୁ ୬ ତାରିଖ ଏବଂ ଜଗଦଲପୁରରୁ ରାଉରକେଲା ରେଳକୁ ୨ରୁ ୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ନ ଆସି ରାୟଗଡାରେ ଅଟକିବ ବୋଲି ଜଣାପଡିଛି। ସେହିଭଳି ହାୱାଡାରୁ ଜଗଦଲପୁର ରେଳ ୨ରୁ ୬ ତାରିଖ ଏବଂ ଜଗଦଲପୁରରୁ ହାୱାଡା ରେଳ ୩ରୁ ୭ ତାରିଖ ପର୍ଯ୍ୟନ୍ତ କୋରାପୁଟ ନ ଆସି ଟିଟିଲାଗଡ଼ରେ ଅଟକିବ ବୋଲି ଜଣାପଡିଛି। ଏହି ସମସ୍ତ ରେଳ କୋରାପୁଟକୁ ଆସିବ ନାହିଁ। ଭୁବନେଶ୍ୱରରୁ ଜଗଦଲପୁର ଓ ଜଗଦଲପୁରରୁ ଭୁବନେଶ୍ବର ରେଳ କୋରାପୁଟକୁ ଠିକ ସମୟରେ ଯାତାୟାତ କରିବ ବୋଲି ଜଣାପଡିଛି।



No comments

Powered by Blogger.