ଜାତୀୟ ସେବା ଯୋଜନା ଶିବିର ଉଦଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ତରଫରୁ ରତଙ୍ଗ ପଞ୍ଚାୟତ ପୋଡାପଡା ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୟ ସେବା ଯୋଜନା କ୍ୟାମ୍ପ ଉଦଘାଟିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ନବଘନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୋଡାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତାରାଣୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେI ସାତଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପଚାଶ ଜଣ ଛାତ୍ର ଛାତ୍ରୀ ସାମିଲ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ସୁଦାମ ବେହେରାଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପିକା ସନ୍ଧ୍ୟାରାଣୀ ପାଢ଼ୀ, ସୁସୁପ୍ତି ପଟ୍ଟନାୟକ, ବନିତା ପଣ୍ଡା, ଶର୍ମିଷ୍ଠା ପ୍ରଧାନ, ହରପ୍ରିୟା ମିଶ୍ର, ଅଧ୍ୟାପକ ବିରଞ୍ଚିନାରାୟଣ ସାହୁ, ଏନ. ଶ୍ରୀନିବାସ ରାଓ, ରଞ୍ଜିତ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।
No comments