Header Ads

Header ADS

ଆଜି ଠାରୁ ରାଉରକେଲାକୁ କୋଲକାତା ସହ ଯୋଡ଼ିବ ବିମାନ ସେବା

ଡେସ୍କ: ଆଜିଠାରୁ ଶିଳ୍ପ ସହର ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା। ସପ୍ତାହକୁ ୩ ଦିନ (ମଙ୍ଗଳବାର, ଗୁରୁବାର ଓ ଶନିବାର) ଏହି ବିମାନ ସେବା ମିଳିପାରିବ। ୯୦ ମିନିଟରେ ଯାତ୍ରୀମାନେ କୋଲକାତାରେ ବିମାନରେ ପହଂଚି ପାରିବେ। ଆଜି ଅପରାହ୍ନ ୩.୩୦ ମିନିଟରେ ରାଉରକେଲା ଵିମାନ ବନ୍ଦରରୁ ଏହି ସେବା ଆରମ୍ଭ ହେବ।

ଆଲାଏନ୍ସ ଏୟାର ସହଯୋଗରେ ଏହି ସେବା ଉପଲବ୍ଧ ହେବ। ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଏହି ବିମାନ ସେବା ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ଏଥିରେ ୩୫ଟି ଆସନ ପାଇଁ ବ୍ୟବସ୍ଥା କରିଛନ୍ତି। ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି।



No comments

Powered by Blogger.