Header Ads

Header ADS

ସମୁଦ୍ରରେ ଡଙ୍ଗା ଓଲଟି ଜଣେ ମୃତ, ଗୋପାଳପୁର ଥାନାରେ ମାମଲା

ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଆଜି  ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ବଡ ଲହଡ଼ାରେ ଡଙ୍ଗା ଓଲଟି ଜଣଙ୍କ ମୃତ ହୋଇଥିବା ବେଳେ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ଜଣକ ହେଲେ ଗୋପାଳପୁରର ବି.ବୈରାଗୀ ବୟସ ୬୩ ବୋଲି ପୁଲିସ କହିଛି`
ସୂଚନା ପ୍ରକାରେ ଶନିବାର ଭୋର୍ ପ୍ରାୟ ସାଢେ଼ ୪ଟା ବେଳେ ଗୋପାଳପୁରର ମତ୍ସଜୀବି  ବି.ବୈରାଗୀ, ଏମ. ବାଲରାଜୁ ଓ ଏମ.ସିମୁଡୁ ମାଛ ମାରିବାକୁ ଡଙ୍ଗା ଧରି ଯାଉଥିବା ବେଳେ ଏକ ବଡ ଲହଡ଼ି ମାଡ଼ରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଡଙ୍ଗାରେ ରହିଥିବା ୩ ଜଣଙ୍କ ମଧ୍ୟରୁ   ୨ ଜଣ ଡେଇଁ ପଡ଼ିଥିବାବେଳେ ବୈରାଗୀ ଡ଼ଙ୍ଗା ତଳେ ରହି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାକୁ ବ୍ରହ୍ମପୁର ବଡ ମେଡ଼ିକାଲ ନେଇଥିଲେ, ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କର ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୧/୨୩ରେ ଅପମୃତ ମାମଲା ରୁଜୁ କରି ମୃତଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ଆଜି ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଏବଂ ରାଜସ୍ୱ ବିଭାଗର ଅଧିକାରୀ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ହରିଶ୍ଚନ୍ଦ୍ର ଯୋଜନା ଏବଂ ବିପର୍ଯ୍ୟୟ ଯୋଜନାର ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ମୃତକଙ୍କ ପରିବାରକୁ ଶୀଘ୍ର ପ୍ରଦାନ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।


No comments

Powered by Blogger.