Header Ads

Header ADS

ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

ଘଣ୍ଟାପଡ଼ା: କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଆଞ୍ଚଳିକ ଗ୍ରାମପଞ୍ଚାୟତ ଡିଗ୍ରୀ କଲେଜ ଖେଳ ପଡ଼ିଆରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ କଲେଜ ପରିଚାଳନା କମିଟି ସଭାପତି କାର୍ତ୍ତିକେଶ୍ଵର ବେହେରା ଏବଂ ଡୋନର ତଥା ପ୍ରତିଷ୍ଠାତା ସଦସ୍ୟ ପ୍ରଭାତ କୁମାର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡା ପତକା ଉତ୍ତୋଳନ କରି କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ । କ୍ରୀଡା ଶିକ୍ଷକ ମାନସ ରଂଜନ ବକୁଳଙ୍କ ନେତୃତରେ କଲେଜର ଛାତ୍ରୀଛାତ୍ର ମା’ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଧରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପରେ କ୍ରୀଡା ମଣ୍ଡପରେ ସ୍ଥାପନ କରିଥିଲେ । ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ନିଆଁ, ଡିସ୍କସ ଥ୍ରୋ, ରିଲେ ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।କ୍ରୀଡା ଶିକ୍ଷକ ଶ୍ରୀ ବକୁଳ ଓ ଜୁନିଅର କଲେଜର କ୍ରୀଡା ଶିକ୍ଷକ ରାଜକିଶୋର ଭୋଇ ଖେଳ ପରିଚାଳନା କରିଥିଲେ। ଅଧ୍ୟାପିକା ମଧୁସ୍ମିତା ଭୋଇ, ଗୀତାଞ୍ଜଳି ରଣା, ସଙ୍ଗୀତା ଭୋଇ, କବିତା ସାହୁ, ଅଧ୍ୟାପକ ସୁବାଷ ବାରିକ, ରିଚପାଲ ବଗର୍ତ୍ତୀ, ସୁନିଲ ଗୁରୁ, ହୃଷିକେଶ ଭୋଇ, ଟଙ୍କଧର କମ୍ପ ଓ କଲେଜ କର୍ମଚାରୀ ଦେବେନ୍ଦ୍ର ରଣା, କୁଶ ସାହୁ, ନରେନ୍ଦ୍ର ମଲିକ, ପଞ୍ଚାନନ ଚୌହାନ, ସୁଦର୍ଶନ ନାଏକ, କ୍ଷୀରୋଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ।


No comments

Powered by Blogger.