ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮୯ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୮୯ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାରିଖ ଘୋଷଣର ପ୍ରଥମ ଓ ଦ୍ୱିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ଆଜି ତୃତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ କରିଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ ଓ ଗ୍ରାମପଞ୍ଚାୟତ ଅଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ବ୍ଲକରେ ୬୩ ୱାର୍ଡ ସଦସ୍ୟ, ୧୮ ସରପଞ୍ଚ, ୮ ସମିତି ସଭ୍ୟ ପଦପାଇଁ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜଣାପଡିଛି। ସେଥିରୁ ପଞ୍ଚାୟତରେ ସିଙ୍ଗାରି ୧ ସରପଞ୍ଚ, ୧ ସମିତି ସଭ୍ୟାସଭ୍ୟ, ୪ ୱାର୍ଡ ସଭ୍ୟାସଭ୍ୟ, ଧାମୁଣିପଙ୍ଗା ୨ ସରପଞ୍ଚ, ୫ ୱାର୍ଡ ସଭ୍ୟାସଭ୍ୟ, ନାରାୟଣପୁର ୧ ସରପଞ୍ଚ, ୧ ସମିତି ସଭ୍ୟାସଭ୍ୟ, ୩ ୱାର୍ଡ ସଭ୍ୟାସଭ୍ୟ, କରପା ୨ ସରପଞ୍ଚ, ୧ ସମିତି ସଭ୍ୟାସଭ୍ୟ, ୨୦ ୱାର୍ଡ ସଭ୍ୟାସଭ୍ୟ, ବୁଡ଼ାଗୁଡା ୧ ସରପଞ୍ଚ, ୪ ୱାର୍ଡ ସଭ୍ୟାସଭ୍ୟ, ସେରିଗୁମ୍ମା ୪ ସରପଞ୍ଚ, ସମିତି ସଭ୍ୟାସଭ୍ୟ, ୭ ୱାର୍ଡ ସଭ୍ୟାସଭ୍ୟ, ଶିକରପାଇ ୨ ସରପଞ୍ଚ, ୧ ସମିତି ସଭ୍ୟାସଭ୍ୟ, ୫ ୱାର୍ଡ ସଭ୍ୟାସଭ୍ୟ, ମାଝୀଗୁଡା ୧ ସରପଞ୍ଚ, ୧ସମିତି ସଭ୍ୟାସଭ୍ୟ, ୨ ୱାର୍ଡ ସଭ୍ୟାସଭ୍ୟ, ପୂଜାରୀଗୁଡା ୧ ୱାର୍ଡ ସଭ୍ୟାସଭ୍ୟ, ସୁନାଖଣ୍ଡି ୩ ସରପଞ୍ଚ, ୨ ସମିତି ସଭ୍ୟାସଭ୍ୟ, ୧୧ ୱାର୍ଡ ସଭ୍ୟାସଭ୍ୟ, ପଲମା ୧ ସମିତି ସଭ୍ୟାସଭ୍ୟ ଓ କନ୍ଧ ଖାତିପାଡୁ ୧ ସରପଞ୍ଚ, ୧ ୱାର୍ଡ ସଭ୍ୟାସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଯାଇଥିବା ବେଳେ ପାର୍ଶାଲି ଓ କଲ୍ୟାଣସିଂ ହପୁର ଠାରେ ଦାଖଲ ହୋଇନଥିବା ସୂଚନା ଦେଇଛନ୍ତି।
No comments