ରାଜନୀତିରେ ପାଦ ଥାପିଲେ ପୂର୍ବତନ କଂଗ୍ରେସ ବିଧାୟକ ଭୁଜବଳଙ୍କ ଡାକ୍ତରୀ ଝିଅ

ନବରଙ୍ଗପୁର: ବାପାଙ୍କୁ ଅନୁସରଣ କଲେ ଭୁଜବଳଙ୍କ ଝିଅ। ଯିଏକି ପେଷାରେ ଜଣେ ଡାକ୍ତର। ପୂର୍ବତନ ଡାବୁଗାଁ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ଭୁଜବଳ ମାଝୀଙ୍କ ବଡ଼ ଝିଅ ଡକ୍ଟର ଲିପିକା ମାଝୀ ପାପଡାହାଣ୍ଡି ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ପାଇଁ କଂଗ୍ରେସ ଦଳ ତରଫରୁ ପ୍ରାର୍ଥୀପତ୍ର ଦାଖଲ କରି ରାଜନୀତିରେ କ୍ୟାରିଆର ଆରମ୍ଭ କରିଛନ୍ତି। ଲିପିକା ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ସହ ଦନ୍ତ ଓ ଗଳା ଚିକିତ୍ସାରେ ପାଠ୍ୟକ୍ରମ ସାରି ଭୁବନେଶ୍ୱରରେ ଏକ ଘରୋଇ କ୍ଲିନିକରେ ରୋଗୀ ସେବା କରୁଛନ୍ତି। ତେବେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ପାପଡାହାଣ୍ଡି ଜୋନ ୨ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କରି ନିଜ ରାଜନୈତିକ କ୍ୟାରିଆର ଆରମ୍ଭ କରିଛନ୍ତି ଲିପିକା।
ପିଲାଟି ଦିନରୁ ବିଧାୟକ ବାପା ଭୁଜବଳଙ୍କ ଲୋକ ସେବାକୁ ଅତି ନିକଟରୁ ଦେଖିଥିବା ଲିପିକାଙ୍କୁ ମଧ୍ୟ ଲୋକ ସେବା କରିବାକୁ ଆକୃଷ୍ଟ କରିଥିବା କହିଛନ୍ତି ଲିପିକା। ଡାକ୍ତରୀ ପାଠ୍ୟକ୍ରମ ସାରି ରୋଗୀଙ୍କ ସେବା କରୁଥିବା ବେଳେ ବର୍ତ୍ତମାନ ରାଜନୀତିରେ ପାଦ ଦେଇ ମଧ୍ୟ ଲୋକଙ୍କ ସେବା କରି ନିଜ ପିଲାଟି ଦିନର ଅଭିଳାଷ ପୂରଣ କରିବେ ବୋଲି ଲିପିକା ପ୍ରକାଶ କରିଛନ୍ତି। ରାଜନୀତିରେ ପାଦ ଦେଇଥିଲେ ମଧ୍ୟ ନିଜ ରୋଗୀ ସେବା ବୃତ୍ତି ଜାରି ରଖିବେ ବୋଲି ଲିପିକା ପ୍ରକାଶ କରିଛନ୍ତି। ସେ ସ୍ୱାସ୍ଥ୍ୟ ସେବାରେ ଥିବାରୁ ନିଜ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ଜାରି ରଖିବେ ବୋଲି ଲିପିକା ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ ସେବାକୁ ନିଜ ନିର୍ବାଚନୀ ମୁଦ୍ଦା ଭାବେ ଗ୍ରହଣ କରି ଲୋକଙ୍କ ନିକଟକୁ ଯିବେ ବୋଲି କହିଛନ୍ତି ଲିପିକା।
ରାଜନୀତି ରେ ପାଦ ଦେବା ପାଇଁ ପିତା ଭୁଜବଳଙ୍କ ସମର୍ଥନ ଥିବା ଲିପିକା ପ୍ରକାଶ କରିଛନ୍ତି। ବର୍ତ୍ତମାନ ସମୟରେ ଜିଲ୍ଲାରେ କଂଗ୍ରେସ ଦଳର ଅଧପତ୍ତନ ହୋଇଥିବା ବେଳେ ଏହି ସମୟରେ ନିଜେଳ ଡକ୍ଟର ବୃତ୍ତି ସହ କଂଗ୍ରେସର ଉତଥାନ ପାଇଁ ରାଜନୀତିରେ ସାମିଲ ହୋଇଥିବା ଲିପିକା ପ୍ରକାଶ କରିଛନ୍ତି। ପ୍ରଦୀପ ମାଝୀଙ୍କ ପରେ ଦଳ ରେ ଯେଉଁ କ୍ଷତି ହୋଇଥିଲା ଏହା କଂଗ୍ରେସର ଏକ ମାଷ୍ଟରଷ୍ଟ୍ରୋକ ବୋଲି ଚର୍ଚ୍ଚା ହେଉଛି। ଅନେକ ନେତା କଂଗ୍ରେସ ତ୍ୟାଗ କରୁଥିବା ବେଳେ ପ୍ରକୃତ କଂଗ୍ରେସ ପ୍ରେମୀମାନେ ଦଳକୁ ରକ୍ଷା କରିବା ପାଇଁ ଆଗେଇ ଆସିଥିବା ପ୍ରକାଶ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି। ଜିଲ୍ଲାରେ କଂଗ୍ରେସର ଅଧପତନ ସମୟରେ ଭୁଜବଳଙ୍କ କାନ୍ଧରେ କଂଗ୍ରେସ ସଂଗଠନର ଭାର ଥିବା ବେଳେ ଏଥିରେ ବାପାଙ୍କ ଲଢେଇ ସହ ଜଡିତ ହୋଇ ନିଜେ ମଧ୍ୟ ଏହି ଲଢେଇରେ ସାମିଲ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ପ୍ରକାଶ କରିଛନ୍ତି।
No comments