Header Ads

Header ADS

ମହାବୀର ଓ ସମ୍ପର୍କ ସାହିତ୍ୟ ସଂସଦ ପକ୍ଷରୁ ମିଳିତ ସାରସ୍ୱତ ଆସର

ବାଙ୍କୀ: ବାଙ୍କୀର ସୃଜନଶୀଳ ସାରସ୍ୱତ ଅନୁଷ୍ଠାନ ମହାବୀର ଓ ସମ୍ପର୍କ ସାହିତ୍ୟ ସଂସଦ ପକ୍ଷରୁ ରାଜ୍ୟ ସ୍ତରୀୟ ମିଳିତ ସାରସ୍ୱତ ଆସର ରବିବାର ଦିନ ସଂକ୍ଷିପ୍ତ ଭାବରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଶ୍ରୀ ଅମରନାଥ ଦେବଙ୍କ ପୀଠ ପରିସରରେ ଏହି ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି।

ବାଙ୍କୀ, ବଡମ୍ବା, ବୈଦେଶ୍ୱର, ମାଣିଆବନ୍ଧ, ନରସିଂହପୁର, ବେଗୁନିଆ, ଭାପୁର, ଖଣ୍ଡପଡା, ନୟାଗଡ, ବାଘମାରୀ, କଣ୍ଟାବାଡ ଆଦି ଅଂଚଳରୁ ବହୁ କବି ଓ କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ସଂଯୋଜକ ଗୋବିନ୍ଦ ତ୍ରିପାଠୀ ଓ ନରୋତ୍ତମ ବେହେରାଙ୍କ ସଂଯୋଜନାରେ କବିତା ଆସର ସଂଚାଳିତ ହୋଇଥିଲା। ଏହି ଅବସରରେ ଏକ ସାରସ୍ୱତ ସମାରୋହ ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ପର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନାରାୟଣ ମଙ୍ଗରାଜ କାର୍ଯ୍ୟକ୍ରମ ସଂଚାଳନ କରି ଅତିଥି ମାନଙ୍କ ପରିଚୟ ଦେଇଥିଲେ। ମହାବୀର ସାହିତ୍ୟ ସଂସଦର ସମ୍ପାଦିକା ପୁଷ୍ପଲତା ମହାପାତ୍ର ସମାରୋହ ସଂଚାଳନରେ ସହଯୋଗ କରିଥିଲେ। ଉଭୟ ସଂସଦ ପକ୍ଷରୁ ୨୦ଜଣ ପ୍ରତିଭାଧରଙ୍କୁ ମାନପତ୍ର ଓ ଉପଢୈାକନ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଦୁର୍ଯ୍ୟଧନ ବରାଳ, ମୁଖ୍ୟବକ୍ତା ପ୍ରଫୁଲ୍ଲ ମହାନ୍ତି, ସମ୍ମାନିତ ଅତିଥି ଅଧ୍ୟାପକ ମନୋଜ ମହାପାତ୍ର, ରାଜକିଶୋର ପାଣିଗ୍ରାହୀ, ସମାଜସେବୀ ସୁରଞ୍ଜନ ପଣ୍ଡା ଏବଂ ଉପସଭାପତି ଆର୍ତ୍ତବନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇ ସାମାଜିକ ପରିବର୍ତ୍ତନରେ ଏବଂ ସମାଜକୁ ଶୃଙ୍ଖଳିତ, ସମୃଦ୍ଧି ଓ ସଂସ୍କୃତି ସମ୍ପର୍ଣ୍ଣ କରିବାରେ ସାହିତ୍ୟର ଅବଦାନ ବହୁ ଉର୍ଦ୍ଧରେ ବୋଲି ପ୍ରକାଶ କରିଥିଲେ। ଗ୍ରାମାଞ୍ଚଳ ଜୀବନବୋଧରେ ସାହିତ୍ୟ ଏକ ମଧୁର ସମ୍ପର୍କର ଡୋର ବାନ୍ଧିଥାଏ ବୋଲି ମିଳିତ ସାରସ୍ୱତ ସମାରୋହରେ ଅତିଥି ମାନେ ଗୁରୁତ୍ୱ ପ୍ରଦାନ କରିଛନ୍ତି। କବି ବିଦ୍ୟାଧର ଖଟୁଆ, କମଳାକାନ୍ତ ପ୍ରହରାଜ, ଗୈାରାଙ୍ଗ ବେହେରା, ଲଲାଟେନ୍ଦୁ ପଣ୍ଡା, ରମାକାନ୍ତ ଭଞ୍ଜ, ଚନ୍ଦ୍ରକାନ୍ତି ସିଂହ, ସରୋଜିନୀ ସାହୁ, କଳ୍ପନା ରାଉତ, ସରୋଜିନୀ ଦାସ, ସୁକୃତି ମହାପାତ୍ର, ଅମୂଲ୍ୟବାଳା ପଟ୍ଟନାୟକ, ରମେଶ ଚନ୍ଦ୍ର ମହାପାତ୍ର, ବ୍ରହ୍ମାନନ୍ଦ ସାହୁ, ସାଗର ଜେନା, ସାରଦାନନ୍ଦ ଦାସ, ମମତା ଜେନା, ପଦ୍ମଚରଣ ମଙ୍ଗରାଜ, ନାରାୟଣ ପାତ୍ର ପ୍ରମୁଖ ବହୁ କବି ଆସରରେ ଯୋଗଦାନ କରିଥିଲେ।



No comments

Powered by Blogger.