Header Ads

Header ADS

କଂଗ୍ରେସ ପକ୍ଷରୁ ତ୍ରିସ୍ତରୀୟ ନିର୍ବାଚନକୁ ନେଇ ବୈଠକ: ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା  


ଜୟପୁର: ପଂଚାୟତ ନିର୍ବାଚନକୁ ନେଇ ଏବେ ରାଜନୈତିକ ଉଷ୍ମତା ଜୋର ଧରିଛି। ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରୁ ଆଜି ପ୍ରଥମ କରି କଂଗ୍ରେସ ନିଜ ସମର୍ଥିତ ପ୍ରାର୍ଥୀଙ୍କ ନାଁକୁ ଦଳୀୟ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଘୋଷଣା କରିଛି। ସ୍ଥାନୀୟ ବାଙ୍କମଠସ୍ଥ ବାବାସାହେବ କଲ୍ୟାଣ ମଣ୍ଡପରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପଂଚାୟତ ନିର୍ବାଚନକୁ ନେଇ ଜିଲ୍ଲାସଭାନେତ୍ରୀ ମୀନାକ୍ଷୀ ରାଣୀ ବାହିନୀପତିଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡ଼ମ, ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ପାଢ଼ୀ, ବିନୋଦ ମହାପାତ୍ର, ବୁଲୁ ସାହୁ, କୃଷ୍ଣ ଚନ୍ଦ୍ର ନେପାକ, ମଦନ ମୋହନ ନାୟକ, ଶଶିଭୁଷଣ ପାତ୍ର, କୃଷ୍ଣ କୁଳଦୀପ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ନଳିନୀ ରଥ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ, ଜଗଦୀଶ ଖୋସ୍ଲା ପ୍ରମୁଖ ମଂଚାସୀନ ଥିଲେ।

ଏହି ଅବସରରେ ଦଳର ଜିଲ୍ଲାପରିଷଦ ସମର୍ଥିତ ପ୍ରାର୍ଥୀ ଭାବେ ଜୟପୁର ବ୍ଲକରେ ସାଗରିକା ପାଢ଼ୀ, ଜୟନ୍ତି ପନକା, ଅମ୍ବିକା ପାତ୍ର, ବୋରିଗୁମ୍ମା ବ୍ଲକରେ ପ୍ରଦୀପ ମାଝୀ, ପଦ୍ମାବତୀ ହରିଜନ, ନୃସିଂହ ନାଥ ଶତପଥୀଙ୍କ ନାଁ ଜିଲ୍ଲା ସଭାାନେତ୍ରୀ ଘୋଷଣା କରିଥିଲେ। ସେଭଳି କୁନ୍ଦ୍ରା ବ୍ଲକରେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଲକ୍ଷ୍ମୀ ମୀନରବାଲିଆ, କୋଟପାଡ଼ ବ୍ଲକରେ ଦୃପତା ସମରଥ, ବୈପାରୀଗୁଡା, ଧନିଆ ମାଝୀ, ମଣି ଜାନୀ, କୋରାପୁଟ ବ୍ଲକରେ କୃଷ୍ଣ ମାଝୀ, ମିହିର କୁଳଦୀପ, ଲମତାପୁଟ ବ୍ଲକରେ ଗୀତାଂଜଳୀ ମହକା, ପୁର୍ଣ୍ଣଚନ୍ଦ୍ର ପାଙ୍ଗୀ, ନନ୍ଦପୁର ବ୍ଲକରେ ଲୀନା ମଲ୍ଲୀକ, ମିତୁଲା ବରଗାଁ, ସେମିଳିଗୁଡାବ୍ଲକରେ ଯୋଶଦା ଖିଲ, ମୋହନ ଜାନୀ, ଧନୁର୍ଯ୍ୟୟ ଟାକିଲିଆ, ପଟ୍ଟଙ୍ଗୀ ବ୍ଲକରେ ଟିକାଇ ଗେମେଲ୍, ତ୍ରିନାଥ ପାଙ୍ଗୀ, ଲକ୍ଷ୍ମୀପୁର ବ୍ଲକରେ ହିଙ୍ଗୁ ସାନ୍ତା, ପିଙ୍କି ହିମିରିକା, ନାରାୟଣପାଟଣା ବ୍ଲକରେ ରମ୍ବା ସିରିକା, ବନ୍ଧୁଗାଁ ବ୍ଲକରେ ବୁଢ଼ି ବିଡିକା, ଗୁମ୍ପା କାଡ୍ରକା, ଦଶମନ୍ତପୁର ବ୍ଲକରେ ଧନପତି ସନ୍ତା ବୋଲି ଜିଲ୍ଲାସଭାନେତ୍ରୀ ଘୋଷଣା କରିଥିଲେ।

ସମସ୍ତ ପ୍ରାର୍ଥୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେଭଳି ନୂଆରେ ଜିଲ୍ଲା ସୋସିଆଲ୍ ମିଡିଆ ଅଧ୍ୟକ୍ଷ ଦାୟିତ୍ବ ମିଳିଥିବା ଜ୍ୟୋତିରଂଜନ ମହାପାତ୍ର, ସଂଯୋଜକ ରାକେଶ ସାହୁ, ଜଗଦୀଶ ବାଘ, ଜୟପୁର ନଗର ଯୁବକଂଗ୍ରେସ ସଭାପତି ଏ.ରମେଶ (ଚିନ୍ନୁ)ରାଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦଳର ସମସ୍ତ ଛାମୁଆ ସଂଗଠନର କର୍ମକର୍ତ୍ତା ମାନେ ସଂଗଠିତ ହୋଇ କଂଗ୍ରେସର ପୂର୍ବ ପତିଆରା ଓ କଂଗ୍ରେସର ଗଡ଼କୁ ଫେରାଇ ଆଣିବା ପାଇଁ ଜୟପୁର ବିଧାୟକ ଆହ୍ବାନ ଦେଇଥିଲେ। ଏହି ବୈଠକରେ ଜିଲ୍ଲାର ସବୁ ବ୍ଲକର ସଭାପତି ଓ କର୍ମକର୍ତ୍ତା ଆଦି ଭାଗ ନେଇଥିଲେ।

The post କଂଗ୍ରେସ ପକ୍ଷରୁ ତ୍ରିସ୍ତରୀୟ ନିର୍ବାଚନକୁ ନେଇ ବୈଠକ: ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ନାଁ ଘୋଷଣା   first appeared on Sambad.

No comments

Powered by Blogger.