Header Ads

Header ADS

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୪ ଆହତ, ୨ ଗୁରୁତର

Accident-

ଗଞ୍ଜାମ: ଗଂଜାମ ଥାନା ଅନ୍ତର୍ଗତ ପୁରୁଣା ପାଞ୍ଚ ନମ୍ବର ଜାତୀୟ ରାଜପଥ ଦାମୋଦରପୁର-ସାନବଜାର ମଧ୍ୟରେ ସନ୍ଧ୍ୟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ୨ ଜଣଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ଚିକିତ୍ସା ପାଇଁ ପଠାଯାଇଛି। ଗୁରୁତର ଦୁଇ ଜଣ ହେଲେ ଗୋଖରକୁଦା ଗ୍ରାମାର ଡ଼ବ୍ଲ୍ୟୁ.ନାଛେନା ଓ ଡି.ଚିନେୟା। ଆହତଙ୍କ ମଧ୍ୟରେ କଲ୍ୟାଣପୁର ଅଞ୍ଚଳର କେ.କ୍ଷୀରୋଦ ରେଡି ଓ ରାଜେଶ ରେଡି ବୋଲି ଜଣାପଡିଛି। ସେମାନଙ୍କୁ ପ୍ରଥମେ ଗଞ୍ଜାମ ସ୍ୱସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଦୁର୍ଘଟଣା ଘଟିବା ପରେ ଦାମୋଦରପୁର ଗ୍ରାମର ସମାଜସେବୀ ପି.ଚନ୍ଦ୍ରଶେଖର ରେଡି, ୱାଇ.ମନୋଜ କୁମାର ରେଡି ଆହତମାନଙ୍କୁ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିବା ଜଣାପଡିଛି।



No comments

Powered by Blogger.