ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ସଂକ୍ରମଣ

ଯାଜପୁରଟାଉନ/ସଦର : ଯାଜପୁରରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଦୈନିକ ସଂକ୍ରମଣ ଶହେ ଡେଇଁଥିବା ବେଳେ ଆଜି ମୋଟ ସକ୍ରିୟ ସଂକ୍ରମଣ ହଜାରେ ପାର ହୋଇଛି। କୋଭିଡ କଟକଣା ଠିକ୍ଭାବେ ଅନୁପାଳନ କରାଯାଉନଥିବାରୁ ସଂକ୍ରମଣ ବଢ଼ୁଥିବା ବେଳେ ଜିଲ୍ଲାର ସ୍ଥିତି ବିଗିଡ଼ିବାରେ ଲାଗିଛି।
ଆଜିସୁଦ୍ଧା ଜିଲ୍ଲାରେ ମୋଟ୍ ସଂକ୍ରମଣ ୧୦୧୩ ରେ ପହଞ୍ଚିଛି। ଗତକାଲି ଜିଲ୍ଲାରେ ୨୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୧୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜିମଧ୍ୟ ସୁକିନ୍ଦା ବ୍ଲକ୍ ସଂକ୍ରମଣ ତାଲିକାରେ ଆଗରେ ରହିଛି। ଗତକାଲି ଏହି ବ୍ଲକ୍ରୁ ୪୧ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ୩୯ ଜଣ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ବଡ଼ଚଣାରୁ ୨, ବରୀରୁ ୯, ବିଂଝାରପୁରରୁ ୫, ଦାନଗଦୀରୁ ୫, ଧର୍ମଶାଳାରୁ ୩, ଦଶରଥପୁରରୁ ୪, ବ୍ୟାସନଗରରୁ ୩୦, ରସୁଲପୁରରୁ ୨ ଓ କୋରେଇ ବ୍ଲକ୍ରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଯାଜପୁର ବ୍ଲକ୍ ଓ ଯାଜପୁର ପୌରପାଳିକା ପୁଣି ଦ୍ରୁତ ସଂକ୍ରମଣ ମୁହାଁ ହୋଇଛି। ଆଜି ଯାଜପୁର ବ୍ଲକ୍ରୁ ୨୬ ଓ ଯାଜପୁର ପୌରପାଳିକାରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢ଼ାଇଦେଇଛି। ଆଜିର ମୋଟ୍ ସଂକ୍ରମଣ ୧୪୩ ରହିଥିବା ବେଳେ ୪୭ ଜଣ ସୁସ୍ଥ ହୋଇଛନ୍ତି।
The post ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ସଂକ୍ରମଣ first appeared on Sambad.
No comments