Header Ads

Header ADS

ଅଗ୍ନିକାଣ୍ଡରେ ଜଳିଗଲା ଘର, ସହାୟତା ଦାବୀ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତର ବହଲି ଗାଁ ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ଜଳି ଛାରଖାର ହୋଇଯାଇଥିବା ଜଣାପଡିଛି। ଶୁକ୍ରବାର ସକାଳରେ ଗାଁର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସ ଘରେ ନିଆଁ ଲାଗିଯାଇଥିଲା ଫଳରେ ଘରଟି ସମ୍ପୁର୍ଣ୍ଣ ଭାବରେ ଜଳିଯାଇଥିଲା। ଗାଁ ଲୋକଙ୍କ କହିବା ଅନୁସାରେ ଘରେ ରୋଷେଇ କରୁଥିବା ସମୟରେ ନିଅଁ ଲାଗିଯାଇଥିଲା। ଘରଭିତରେ ଥିବା ତିରିଶି ବସ୍ତା ଧାନ, ଚାଉଳ, ପନିପରିବା ଓ ପିନ୍ଧିବା ବସ୍ତ୍ର ସହିତ ବହୁତ ଟଙ୍କାର ଜିନିଷ ପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଦେଓଗାଁ ଅଗ୍ନିସମ ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ନିଆଁରେ ଘର ପୋଡ଼ି ପାଉଁଶ ହୋଇଥିବା ବ୍ୟକ୍ତି ଜଣକ ଦୀନ ମଜୁରିଆ ଓ ଗରିବ ଶ୍ରଣୀର ହୋଇ ଥିବାରୁ ମାନସିକ ଚିନ୍ତାରେ ଅଛନ୍ତି। ଏଣୁ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି।



No comments

Powered by Blogger.