ମ୍ୟାଚ ସହିତ ସିରିଜ ହାରିଲା ଭାରତ

ପାର୍ଲ: ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାଠାରୁ ହାରିଲା ଭାରତ। ଦକ୍ଷିଣ ଆଫ୍ରିକାଠାରୁ ୭ ୱିକେଟରେ ହାରିଲା ଭାରତ। ଦ୍ବିତୀୟ ପରାଜୟ ସହ ୩ ମ୍ୟାଚ ବିଶିଷ୍ଟ ସିରିଜ ହାରିଲା ଭାରତ। ଭାରତକୁ ହରାଇ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ଆଗୁଆ ରହିଛି। ଭାରତ ପକ୍ଷରୁ ବିଜୟ ପାଇଁ ୨୮୮ ରନ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ୪୮.୧ ଓଭରରେ ମାତ୍ର ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଦଳ ପକ୍ଷରୁ ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡିକକ୍ ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୩୨ ରନ କରି ଦଳର ବିଜୟ ପାଇଁ ଏକ ଦୃଢ ମୂଳଦୁଆ ପକାଇଥିଲେ । ମଲାନ ୯୧ ରନ ଓ ଡକକ୍ ୭୮ ରନ କରିଥିଲେ । ଅଧିନାୟକ ଟେମ୍ବା ବାଭୁମା ୩୫, ଆଇଡେନ ମାର୍କରାମ ୩୭ ଓ ରାସି ଭାନ ଡର ଡୁସେନ ୩୭ ରନ କରିଥିଲେ ।
ପାର୍ଲର ବୋଲାଣ୍ଡ ପାର୍କଠାରେ ଆଜି ଖେଳାଯାଉଥିବା ୨ୟ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନର ବିଜୟ ଲକ୍ଷ୍ୟ ରଖିଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଥିଲା। ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ କେଏଲ ରାହୁଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ। ରାହୁଲ ୫୫ରନ କରିଥିବାବେଳେ ଧାୱନ ୨୯ ରନ କରିଥିଲେ। ମାତ୍ର ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ମହାରାଜଙ୍କ ବଲରେ ଆଉଟ ହୋଇଥିଲେ। ତେବେ ଋଷଭ ପନ୍ତ ୭୧ଟି ବଲରେ ୮୫ରନର ଏକ ବଡ଼ ପାଳି ଖେଳିଥିଲେ। ଶେଷ ବେଳକୁ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁଲ ପୁଣି ବ୍ୟାଟିଂରେ ନିଜର କମାଲ ଦେଖାଇଥିଲେ। ସେ ୪୦ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସିସାନ୍ଦା ମାଗଲା, ଆଇଡେନ ମାର୍କରାମ, କେଶବ ମହାରାଜ, ଆଣ୍ଡିଲ ଫେଲୁକାଓ୍ବୋ ଗୋଟିଏ ଲେଖାଏଁ ୱିକେଟ ଓ ତବରେଜ ସାମସି ୨ଟି ୱିକେଟ ନେଇଥିଲେ। ପ୍ରଥମ ଦିନିକିଆରେ ଭାରତ, ଦକ୍ଷିଣ ଆଫ୍ରିକାଠାରୁ ୩୧ ରନରେ ପରାସ୍ତ ହୋଇଥିଲା।
No comments