ଦେଶୀ ମଦଭାଟି ଉପରେ ଚଢାଉ ମଦ ଜବତ ଜଣେ ଗିରଫ

ଜି.ଉଦୟଗିରି: ଜି.ଉଦୟଗିରି ପୋଲିସ ଆଜି ଏକ ଦେଶୀ ମଦଭାଟି ଉପରେ ଚଢାଉ କରି ଦେଶୀ ମଦ ଜବତ ସହ ଜଣକୁ ଗିରଫ କରିଥିବା ଜଣାପଡିଛି।ବିବରଣିରୁ ପ୍ରକାଶ ଯେ ଆଜି ସ୍ଥାନୀୟ ପୋଲିସ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ଲକ୍ଷ୍ମୀଧର ନାୟକ ଓ ଏଏସଆଇ ବୁଲୁ ବେହେରା ସଦଳବଳେ ଜି.ଉଦୟଗିରି ଥାନା ଅନ୍ତର୍ଗତ ଜାକାମାହା ଗ୍ରାମର ଏକ ଦେଶୀ ମଦ ଭାଟି ଉପରେ ଚଢାଉ କରି ଦେଶୀ ମଦ ଜବତ କରିବା ସହ ପରମେଶ୍ବର ପ୍ରଧାନକୁ ଗିରଫ କରିଛନ୍ତି। ଏନେଇ ଥାନା କେସ ନଂ ୧୪/୨୨,ଧାରା ୫୨ (ଏ) ଓଡିଶା ଅବକାରୀ ଆଇନ ବଳରେ ଏକ କେସ ରୁଜୁ କରାଯାଇଥିବା ଜଣାପଡିଛି।
No comments