Header Ads

Header ADS

ବଡ଼ମ୍ବାରେ ବନ୍ୟା ବିପତ୍ତି: ୪ଦିନ ବିତିଲାଣି, ରାସ୍ତା ମରାମତି ନେଇ ପଦକ୍ଷେପ ନାହିଁ

ବଡ଼ମ୍ବା: ଲଘୁଚାପ ଜନିତ ଲଗାଣ ବର୍ଷା ଚଳିତ ବର୍ଷ ବଡ଼ମ୍ବାରେ ନାହିଁ ନଥିବା କ୍ଷତି ଘଟାଇଛି। ନଦୀ ନୁହେଁ ବିଭିନ୍ନ ନାଳର ପାହାଡ଼ି ଜଳରେ ବନ୍ୟା ଭଳି ପରିସ୍ଥିତି ଉପୁଜିଛି। ସିଆରିଆ ନାଳର ବନ୍ୟାଜଳରେ ଗୋପମଥୁରା – ଶଂଖାମେରୀ ଏବଂ ଗୋପମଥୁରା – ଗୋପୀନାଥପୁର ରାସ୍ତାରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରଭାହିତ ହୋଇ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ସେହିଭଳି ଧାବଣୀନାଳ ବନ୍ୟାଜଳରେ ଦିନିଆରୀ ଦିଆନିପାଟଣା ରାସ୍ତାରେ ଅନୁରୁପ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ରାସ୍ତାରୁ ପାଣି ଛାଡ଼ିବାରେ ବୁଧବାର ଦେଖାଯାଇଥିଲା ଯେ ବଡ଼ମ୍ବାରୁ ଶଂଖାମେରୀ ଗ୍ରାମକୁ ଯାଇଥିବା ପୂର୍ତ୍ତବିଭାଗର ପିଚୁ ରାସ୍ତା ଦୁଇଟିସ୍ଥାନରେ ଧୋଇହୋଇଯାଇଛି। ଫଳସ୍ୱରୁପ ଗୋପମଥୁରା ଗ୍ରାମ ନିକଟ ଏବଂ ବଘେଇ ଠାକୁରାଣୀ ପୀଠ ନିକଟରେ ଉକ୍ତ ରାସ୍ତା ତାଡ଼ି ହୋଇଯାଇଥିବାରୁ ଲୋକେ ବିପଦସଂକୁଳ ଭାବେ ଯାତାୟତ କରୁଛନ୍ତି।

ଅନୁରୁପ ଭାବେ ଦିନିଆରି ଦିଆନିପାଟଣାରେ ମଧ୍ୟ ରାସ୍ତାପାଶ୍ୱର୍ ଧୋଇ ହୋଇଯାଇଥିବା ଏବଂ ଖାଲଖମା ହୋଇଥିବାରୁ ଯାତାୟତରେ ଲୋକେ ଅସୁବିଧା ଭୋଗୁଥିବା ପ୍ରକାଶ। ତେବେ ବିଡ଼ମ୍ବନା ଇତିମଧ୍ୟରେ ଏହି ଘଟଣାକୁ ୪ଦିନ ବିତିଯାଇଥିଲେ ସୁଦ୍ଧା ରାସ୍ତା ମରାମତିନେଇ ବିଭାଗୀୟ ପଦକ୍ଷେପ ନିଆଯାଇନାହିଁ। ଯାହାକୁନେଇ ସ୍ଥାନୀୟ ଜନସାଧାରଣ ତିବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିଭଳି ସିଆରିଆ ନାଳର ବନ୍ୟାଜଳ ଗୋପମଥୁରାରୁ ଗୋପୀନାଥପୁର ଯାଇଥିବା ରାସ୍ତାର ବଡ଼ଶଂଖ ନିିକଟରେ ପ୍ରାୟ ୫ଦିନ ଧରି ରାସ୍ତା ଉପରେ ପ୍ରଭାହିତ ହୋଇଥିବା ଏବଂ ଏଥିଯୋଗୁଁ ଲୋକେ ନାନା ସମସ୍ୟା ଭିତରେ ବିପଦପୂର୍ଣ୍ଣ ଯାତାୟତ କରିଥିବାରୁ ଉକ୍ତ ରାସ୍ତାକୁ ଅଧିକ ଉଚ୍ଚତା କରିବାକୁ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି। ଗୋପମଥୁରାରୁ ଗୋପୀନାଥପୁର ଏବଂ ଗୋପମଥୁରାରୁ ଶଂଖାମେରୀ ପ୍ରତ୍ୟହ ଶହଶହ ଲୋକ ରାତିପାହିଲେ ବ୍ଲକ ସଦରମହକୁମା ବଡ଼ମ୍ବା ଆସୁଥିବାରୁ ତୁରନ୍ତ ପ୍ରଭାବିତ ରାସ୍ତା ମରାମତି କରାଯିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।



No comments

Powered by Blogger.