Header Ads

Header ADS

ରାଜଵେଶରେ ସାକ୍ଷୀଗୋପାଳଙ୍କୁ ସୁନିଆଁ ଭେଟି

ସାକ୍ଷୀଗୋପାଳ: ରାଜରାଜେଶ୍ବର ଵେଶରେ ସାକ୍ଷୀଗୋପାଳ ଠାକୁରଙ୍କୁ ପ୍ରତିବର୍ଷ ପରି ଚଳିତ ବର୍ଷ ପାରମ୍ପରିକ ରୀତିରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ସନ୍ଧ୍ୟାରେ ସୁନିଆଁ ଭେଟି ଅର୍ପଣ କରାଯାଇଛି। ଅପରାହ୍ନରେ ମନ୍ଦିର ସିଂହଦ୍ଵାରକୁ ପୂର୍ଣ୍ଣକୁମ୍ଭ କଦଳୀ ଗଛ ଆମ୍ବଡାଳରେ ସାଜସଜ୍ଜା କରାଯାଇଥିଲା। ସନ୍ଧ୍ୟା ଧୁପ ବେଶରେ ଠାକୁର ପାଟ ପିତାମ୍ବରୀ କାଛିଲାଗି ହୋଇ ସୁବର୍ଣ୍ଣ କୀରିଟି, ବଂଶୀ ମକର କୁଣ୍ଡଳ, ଚାପସରି, ନୁଡୁକ, ତାବିଜ, ବେଙ୍ଗପାଟିଆ, ବାଙ୍କି ନୁପୁର ଆଦି ସୁନାରୁପା ଅଳଙ୍କାର, ଫୁଲ ତୁଳସୀ ମାଳ ଲାଗିହୋଇ ରାଜବେଶରେ ଶୋଭାପାଇଥିଲେ।

ପରମ୍ପରା କ୍ରମେ ସ୍ଥାନୀୟ ଗୋପାଳପୁର ପାଟଣାର ମହାଜନ, ପ୍ରଜା, ସେଵାୟତ ଓ ଶ୍ରଦ୍ଧାଳୁମାନେ ମସାଲ ଜଳାଇ ସର, ଲବଣି ଭାର ଫୁଲ ତୁଳସୀ ମାଳ ଆଦି ଠାକୁରଙ୍କୁ ଲାଗି କରିବା ନିମନ୍ତେ ଭେଟି ଦେଇଥିଲେ। ସୁପରଭାଇଜର ବିଶ୍ବନାଥ ମହାପାତ୍ର ଜଣଜଣ କରି ତାଲିକା ପଢିଵା ପରେ ଭେଟି ଅର୍ଥରାଶି ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବର୍ଗର ସେଵାୟତ ମାନେ ପନିକି କୋରଣା କଟୁରି ପିଢା ଦୀପରୁଖା ପ୍ରଦାନ କରିଥିଲେ।



No comments

Powered by Blogger.