ଉଚ୍ଛେଦ ସ୍ଥଗିତ, ସମସ୍ତଙ୍କୁ ଥଇଥାନ କରାଯିବ – ବିଧାୟକ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ବ୍ୟବସାୟୀ ସଂଘ ଆଜି ସକାଳେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ଭୁବନେଶ୍ୱରସ୍ଥିତ ବାସଭବନରେ ସାକ୍ଷାତ କରିଥିଲେl ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ୧୫ ଦିନିଆ ଉଚ୍ଛେଦ ନୋଟିସ ସମ୍ପର୍କରେ ବିଧାୟକଙ୍କ ସହିତ ଆଲୋଚନା କରିଥିଲେଲ ବ୍ୟବସାୟୀମାନେ ଏଠାରେ ଦୀର୍ଘ ଦିନ ଧରି ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତିl କେହି କେହି ମଧ୍ୟ ଋଣ ଆଣିଛନ୍ତିl ସାକ୍ଷୀଗୋପାଳ ମନ୍ଦିର ଅଞ୍ଚଳର ପାରିପାର୍ଶ୍ଵିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଉଚ୍ଛେଦ ନୋଟିସ ପାଇଥିବା ୧୨୩ ଜଣ ପ୍ରଥମେ ଥଇଥାନ ନିମନ୍ତେ ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ଅନୁରୋଧ କରିଥିଲେଲ
ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରି ସମସ୍ତ ବ୍ୟବସାୟୀଙ୍କୁ ଦୋକାନ ଗୃହ ଯୋଗାଇ ଦିଆଯିବl ସେବାୟତମାନଙ୍କ ମାଳି ମକୁଟା ଗୃହ ନିମନ୍ତେ ମନ୍ଦିର ପ୍ରଶାସନ ସହିତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ସାମନ୍ତରାୟ ପ୍ରତିଶୃତି ପ୍ରଦାନ କରିଥିଲେl ଆସନ୍ତା ଅଁଳା ନବମୀ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟକ୍ରମ ସ୍ଥଗିତ କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେl ଏହି ଅବସରରେ ସମସ୍ତେ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେଲ ଆତ୍ମା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି, ଶ୍ରୀବତ୍ସ ମହାପାତ୍ର, ବିଜୟ କୁମାର ନନ୍ଦ, ଜ୍ୟୋତି ଶଙ୍କର ଖୁଣ୍ଟିଆ, ସନ୍ତୋଷ କୁମାର ମିଶ୍ର, ଶ୍ରୀନିବାସ ମହାପାତ୍ର ଓ ସନ୍ତୋଷ କୁମାର ମେକାପଙ୍କ ସମେତ ଉଚ୍ଛେଦ ନୋଟିସ ପାଇଥିବା ସମସ୍ତେ ବିଧାୟକଙ୍କୁ ସାକ୍ଷାତ କରିଥିଲେl
No comments