Header Ads

Header ADS

୪ ଦିନ ହେଲାଣି ବାହ୍ୟ ଜଗତରୁ ବିଚ୍ଛିନ୍ନ ଡଙ୍ଗାଡିହା ଗ୍ରାମର ୩ ସାହି, ୧୫ଶହରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦି

ଠାକୁରମୁଣ୍ଡା: ଲଘୁଚାପ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଡଙ୍ଗାଡିହା ଗ୍ରାମର ତିନିଟି ସାହି ବାହ୍ୟ ଜଗତରୁ ଏବେ ସମ୍ପୁର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଅନ୍ୟପଟେ ଅତ୍ୟାବଶ୍ୟକ ଜିନିଷ ପାଇଁ ନିଜର ଜୀବନକୁ ବାଜି ଲଗାଇ ଦୁଇଟି ବାଉଁଶକୁ ସାହାରା କରି ସାଳନ୍ଦୀ ନଦୀପାର ହେଉଛନ୍ତି ଗ୍ରାମବାସୀ।

ସ୍ଥାନୀୟ ଲୋକେ କିପରି ଗଛ ଉପରେ ବାଉଁଶ ବାନ୍ଧି ତା ଉପରେ ଜୀବନକୁ ବାଜି ଲଗାଇ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଅତି ବିପଦପୂର୍ଣ ଅବସ୍ତାରେ ଯାତାୟାତ କରୁଛନ୍ତି। ଏଠାରେ ସୁରକ୍ଷା ଦେବା ପାଇଁ କୌଣସି ଅଧିକାରୀ ନା ସୁରକ୍ଷା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇଛି? ଲୋକେ ନିଜର ଅତ୍ୟାବଶ୍ୟକ ଜିନିଷ ପାଇଁ ହେଉ କିମ୍ବା (ଭ୍ୟାକ୍ସିନ୍) ଟୀକା ପାଇଁ ଏପରି ବିପଦ ସଂକୁଳ ଅବସ୍ତାରେ ଗତ ଚାରିଦିନ ହବ ଏହି ରାସ୍ତାରେ ଯାତାୟାତ କରୁଛନ୍ତି। ଶିମିଳିପାଳରେ ପ୍ରବଳ ବର୍ଷା ହେବାରୁ ସାଳନ୍ଦୀ ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ଡଙ୍ଗାଡିହା ଗ୍ରାମର ବଙ୍ଗାଳୀ ସାହି, ଘୁଟୁ ସାହି ଏବଂ ବଳସାହି। ଲୋକେ ବର୍ଷା ଦିନରେ ନଦୀ ପାରି ହେବାକୁ ନଦୀଉପର ମୁଣ୍ଡରେ ବାଉଁଶ ପୋଲ ଓ ତଳ ମୁଣ୍ଡରେ କାଠ ପୋଲ ନିର୍ମାଣ କରିଥିଲେ। ଏହି ପୋଲ ସାହାଯ୍ୟରେ ତିନି ସାହିର ପ୍ରାୟ ୨ ଶହରୁ ଉର୍ଦ୍ଧ୍ବ ପରିବାରର ୧୫ ଶହ ଲୋକ ନଦୀ ପାରି ହୋଈ ପ୍ରତେକ ଦିନ ଯା ଆସ କରନ୍ତି।

ବର୍ତ୍ତମାନ ଲଗାଣ ବର୍ଷାରେ ନିଜ ଉଦ୍ୟମରେ କରି ଥିବା ଅସ୍ଥାୟୀ ବାଉଁଶ ଏବଂ କାଠ ପୋଲ ଭାସି ଯାଇଥିଲା। ଲୋକେ ତିଆରି କରିଥିବା ପୋଲ ଦୁଇଟି ଭାସି ଯିବାରୁ ଗତ ସୋମବାର ଠାରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଈ ରହିଛନ୍ତି। ଏହି ସବୁ ସାହିର ଲୋକେ। ତେବେ ତାଙ୍କୁ ଜରୁରୀ ସେବା ପ୍ରଦାନ କରିବା ପାଇଁ ଗୁହାରି କରିଥିଲେ ମଧ୍ୟ ତାଙ୍କ ପାଖକୁ ଆଗରୁ ପହଞ୍ଚି ପାରିନି ପ୍ରଶାସନ। ତେବେ ପ୍ରଶାସନ ପକ୍ଷରୁ ଆଜି ଠାକୁରମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର ଘଟଣା ସ୍ଥଳକୁ ଆସିଥିଲେ ମଧ୍ୟ ନଦୀରେ ଜଳସ୍ଥର ବୃଦ୍ଧି ହେଉଥିବା କାରଣରୁ ଆର ପଟକୁ ଯାଇ ପାରି ନଥିଲେ। ଫଳରେ ଏଠାରେ କୌଣସି ବି ବିପଦ କୁ ସାମ୍ନା କରିବା ପାଇଁ ମହୁଲଡିହା ଥାନା ଅଧିକାରିଣୀ ରୋଞ୍ଜୁ ହାସିନା କୁଲୁ ଗୋଟିଏ ସ୍ଥାନରେ ପୋଲିସ ମୁତୟନ ଥିବାବେଳେ ଅନ୍ୟ ଏକ ଜାଗାରେ ବିପଦ ସଂକୁଳ ଅବସ୍ତାରେ ଲୋକେ ଭରାନଦୀ ପାର ହେଉଛନ୍ତି। ତେବେ ଦେଖିବା ପାଇଁ ବାକି ରହିଲା କେବେ ଏ ସାହିର ସମସ୍ୟା ସମ୍ପର୍କରେ ଅବଗତ ହୋଇ ତାଙ୍କୁ ସାହାଯ୍ୟ କରୁଛି ପ୍ରଶାସନ ତାହା ଦେଖିବା ପାଇଁ ବାକି ରହିଲା।



No comments

Powered by Blogger.