Header Ads

Header ADS

ବାପମା’ ଛେଉଣ୍ଡ ରଶ୍ମିତାଙ୍କ +୩ ନାମଲେଖାରେ ଅର୍ଥ ସାଜିଛି ବାଧକ

ପାଟଣା: ପାଟଣାବ୍ଲକ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ବାପ ମାଆ ଛେଉଣ୍ଡ ଝିଅ ରଶ୍ମିତା ବେହେରାଙ୍କ +୩ରେ ନାମ ଲେଖାଇବା ପାଇଁ ଅର୍ଥ ବାଧକ ସାଜି ବାରୁ ସେ ସାଧାରଣରେ ସହଯୋଗ କାମନା କରିଛନ୍ତି। ତଣ୍ଡୋ ଗ୍ରାମ ଟୁକୁନା ବେହେରା ଆଜକୁ ୫ ବର୍ଷ ହେବ ମୃତ୍ୟୁ ବରଣ ଥିବା ବେଳେ ତାଙ୍କ ସ୍ତ୍ରୀ ଘର ଛାଡ଼ି ଚାଲି ଯାଇଛନ୍ତି। ସ୍ୱର୍ଗତ ଟୁକୁନା ବେହେରାଙ୍କ ମୃତ୍ୟୁ ପରେ ଦୁଇ ନାବାଳିକା ରସ୍ମିତା ଓ ରାକ୍ଷୀ ବେହେରାଙ୍କୁ ବାଧ୍ୟ ହୋଇ ସେବେ ଠାରୁ ଜେଜେମା ଦୁଃଖଧନ୍ଦା କରି ପୋଷୁଛନ୍ତି।

ସରକାରଙ୍କ ମାସକିଆ ଚାଉଳରେ ପେଟ ପୁରୁଥିଲେ ମଧ୍ୟ ଶିକ୍ଷାରେ ଅର୍ଥ ସାଜିଛି ବାଧକ। ଡୁମୁରିଆ ଉଚ୍ଚ ବିଦ୍ୟାଳୟରୁ ଦୁଇ ଭଉଣୀ ଦଶମ ପାସ କରିବା ପରେ ବଡ଼ ଭଉଣୀ ରଶ୍ମିତା ବେହେରା ଏବେ +୨ ପାସ କରଛନ୍ତି। ସାନଭଉଣୀ ରାକ୍ଷୀ ବେହେରା +୨ ପ୍ରଥମ ବର୍ଷରେ ପଢୁଛନ୍ତି। ତେବେ +୩ରେ ନାମଲେଖାଇ ବାକୁ ଅର୍ଥ ଯୋଗାଡ଼ ନ କରିପାରିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି। କେହି ବଦାନ୍ୟ ବ୍ୟକ୍ତି ଅଥବା ଜିଲ୍ଲା ପ୍ରଶାସନ ରଶ୍ମିତାଙ୍କୁ +୩ ନାମଲେଖାରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।



No comments

Powered by Blogger.