ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ପାଟଣା: ନିଜ ପୂଜା ଘରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ଯୁବକ, ଏଭଳି ଅଭାବନୀୟ ଘଟଣା ଘଟିଛି ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମରେ। ମୃତ ଯୁବକ ଗ୍ରାମର ନିତ୍ୟାନନ୍ଦ ନାୟକ ଙ୍କ ପୁତ୍ର ଚିତ୍ରସେନ ନାୟକ (୩୦)। ସେ ନିଜ ପୂଜା ଘରେ ବିଳମ୍ବିତ ରାତିରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ପରିବାର ଲୋକେ ଦେଖିବା ପରେ ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡି ନଥିବା ବେଳେ ମୃତ ଯୁବକ ଜଣଙ୍କର ଅଧିକାଂଶ ସମୟରେ ନିଶାସକ୍ତ ରହିବା ଓ ସାମାନ୍ୟ ମାନସିକ ବିକୃତି ଥିବା ସୂଚନା ମିଳିଛି।
No comments