Header Ads

Header ADS

ବନ୍ୟା ଜଳରେ ଫସିଥିବା ପାଞ୍ଚ ଯୁବଜ ଉଦ୍ଧାର

ପାତ୍ରପୁର : ମହେନ୍ଦ୍ରଗିରୀ ପ।ହଡ଼କୁ ଦର୍ଶନପାଇଁ ଯାଇ ବନ୍ୟାଯୋଗୁଁ ନଦୀ ପାର ହୋଇ ଆସିପାରି ନଥିବା ପାଞ୍ଚ ଯୁବକକୁ ଅଗ୍ନିଶମ ଏବଂ ପୋଲିସ ଉଦ୍ଧାର କରିଛି। ଆଜି କୁକୁଡ଼ା ଖଣ୍ଡି ବ୍ଳକର ପାଞ୍ଚଜଣ ଯୁବକ ଏ. ରୋସନ, ଅକ୍ଷୟକୁମାର ପତ୍ର, ସୁବ୍ରତ ପଟନାୟକ, ଅନୀ ସପ୍ ଏବଂ ଦୀପକ କୁମାର ରାଉତ, ମହେନ୍ଦ୍ର ପ।ହଡକୁ ବୁଲିବା ପାଇଁ ଯାଇଥିଲେ । ସେମାନେ ମହେନ୍ଦ୍ରତନୟ। ନଦୀ ବାରହ। ପଥର ଭିୟୁ ଟାୱାର ନିକଟରେ ବାଇକ ରଖି ଯାଇଥିବା ବେଳେ ଦର୍ଶନ କରି ଫେରିବା ବେଳକୁ ପ୍ରବଳବର୍ଷା ଯୋଗୁଁ ନଦୀରେ ବଢି ଆସିଥିଲ। । ଯାହା ଫଳରେ ନଦୀପାର ହୋଇନପାରି କୁକୁଡ଼ା ଖଣ୍ଡି ସରପଞ୍ଚଙ୍କୁ ଜଣାଇଥିଲେ। କୁକୁଡ଼ା ଖଣ୍ଡି ସରପଞ୍ଚ ଜରଡ। ଥାନା ଅଧିକାରୀ ମାଧବ ନନ୍ଦ ବେହେରାଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ । ଥାନା ଅଧିକାରୀ ତୁରନ୍ତ ପାତ୍ରପୁର ଏବଂ ଚିକିଟି ଅଗ୍ନିଶମ ଵିଭ।ଗକୁ ଖବର ଦେଇଥିଲା। ଏହା ପରେ ଆଜି ଅଗ୍ନିଶମ ବିଭାଗ ଜରଡ। ଏବଂ ତୁମ୍ବା ଫାଣ୍ଡି ପୋଲିସ ପହଞ୍ଚି ନଦୀ ଅପର ପାର୍ଶ୍ୱରେ ଅଟକି ଥିବା ପାଞ୍ଚ ଯୁବକଙ୍କୁ ଉଦ୍ଧାର କରିଥିଲେ।



No comments

Powered by Blogger.