Header Ads

Header ADS

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଅନୁଗୋଳ ସହର ନିକଟରେ ଥିବା ଡେରେଜାଙ୍ଗ ଡ୍ୟାମ ନିକଟରୁ ଶନିବାର ବିଲମ୍ବିତ ରାତିରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣଙ୍କ ରନ୍ତଲେଇ ଗାଁର ଜଗବନ୍ଧୁ ସେନାପତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ସେ ପଡ଼ିଥିବା ସ୍ଥାନରେ ପ୍ରବଳ ରକ୍ତସ୍ରାବ ହୋଇଛି। ତେବେ ଏହା ଏକ ହତ୍ୟା ନା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ଅନୁଗୋଳ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।



No comments

Powered by Blogger.