Header Ads

Header ADS

ବନ୍ୟାଜଳରେ ଭାସିଗଲା କାର୍‍, ୨ ସୁରକ୍ଷିତ ଉଦ୍ଧାର

ଆଠଗଡ: ଆଠଗଡ ମଧ୍ୟଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟ ଢାଉରଙ୍ଗ ପୋଲ ଉପରେ ଓ ସଂଯୋଗୀ ରାସ୍ତାରେ ୩ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାବେଳେ ସୋମବାର ରାତିରେ ସେଠାରେ ଏକ ଅଘଟଣ ଘଟିଥିଲା। ସେହି ରାସ୍ତା ଦେଇଯାଉଥିବା ଏକ କାର୍‍ ବନ୍ୟାଜଳରେ ଭାସିଯିବା ପରେ ଗାଡିର ମାଲିକ କଟକ ତୁଳସୀପୁର ଅଞ୍ଚଳର ଆଇନଜୀବୀ ମାନସ ରଞ୍ଜନ ସାହୁ ଓ ଚାଳକ ମହମ୍ମଦ ୱାସିମ୍‍ ଆକ୍ରମ୍‍ ଉପସ୍ଥିତ ବୁଦ୍ଧି ଖଟାଇ ଗାଡିର କବାଟ ଖୋଲି ବାହାରି ଆସି ଛାତ ଉପରେ ଠିଆ ହୋଇ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ।

ରାତି ପ୍ରାୟ ୧ଟା ବେଳେ ଏହି ଘଟଣା ଘଟିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ସେମାନଙ୍କୁ ଆଠଗଡ ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିଲା। ତେବେ କାର୍‍ଟି ଏବେବି ବନ୍ୟାଜଳ ମଧ୍ୟରେ ବୁଡି ରହିଥିବା ଜଣାପଡିଛି। ମଧ୍ୟରାତ୍ରିରେ ଅଗ୍ନିଶମ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିବାରୁ ଆଇନଜୀବୀ ଶ୍ରୀ ସାହୁ କୃତଜ୍ଞତା ଜଣାଇଥିଲେ।



No comments

Powered by Blogger.