Header Ads

Header ADS

ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ


ଯାଜପୁରଟାଉନ/ସଦର : ଯାଜପୁର ଟାଉନ ଥାନା ପଣସା ପଞ୍ଚାୟତ ପାଟପୁର ରଘୁନାଥପୁର ଗାଁ ମୁଣ୍ଡାସାହି ନିକଟରେ ଥିବା ଏକ ଗଛରୁ ଜ‌ଣେ ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଆଜି ଉଦ୍ଧାର କରିଛି। ଏ ଘଟଣାରେ ମହିଳାଙ୍କ ସ୍ବାମୀକୁ ପୁଲିସ ଗିରଫ କରିଛି।

ଘେରିବନ୍ଧ ନିକଟରେ ବାସକରୁଥିବା ସୁରୁବାଲି ଚତରା ନାମକ ଜଣେ ଆଦିବାସୀ ମହିଳାଙ୍କୁ ଯାଜପୁର ସହରର ବାବୁ ଖାନ୍ ଦ୍ଵିତୀୟ ବିବାହ କରିଥିଲା। ଗତକାଲି ବିଳମ୍ବିତ ରାତ୍ରିରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ବାବୁ ଖାନ ସୁରୁବାଲିଙ୍କୁ ମାରି ନିକଟରେ ଥିବା ଏକ ଗଛରେ ଝୁଲେଇ ଦେଇ ପଳାଇଯାଇଥିଲା ବୋଲି ସେମାନଙ୍କ ୪ ବର୍ଷର ଝିଅ ପୁଲିସ ନିକଟରେ ପ୍ରକାଶ କରିଥିଲା। ଆଜି ସକାଳୁ ମହିଳାଙ୍କ ଶବ ଝୁଲୁଥିବାର ସ୍ଥାନୀୟ ଲୋକେ ଦେଖି ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ୩୩୯/୨୦୨୧ରେ ଏକ ମାମଲା ରୁଜୁ କରି ବାବୁ ଖାନକୁ ଗିରଫ କରାଯାଇଛି।

The post ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ first appeared on Sambad.

No comments

Powered by Blogger.