Header Ads

Header ADS

ଗ୍ରୀଲ୍‌ ଭାଙ୍ଗି ଚୋରି, ଥାନାରେ ଅଭିଯୋଗ


କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ମୌଜାର ବ୍ୟାସବିହାର ଠାରେ ରହୁଥିବା କଲ୍ୟାଣୀ ସାହୁଙ୍କ ଘରୁ କେହି ଦୁର୍ବୃତ୍ତ ଗତକାଲି ରାତିରେ ଗ୍ରିଲ ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରିନେଇଛି। ଏନେଇ ଶ୍ରୀମତୀ ସାହୁ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, କଲ୍ୟାଣୀ ଓ ତାଙ୍କ ପୁଅ ଏଠାରେ ୯ ବର୍ଷ ହେଲା ରହି ଆସୁଛନ୍ତି। ତାଙ୍କ ସ୍ବାମୀ ସନ୍ତୋଷ କୁମାର କର ଅନ୍ୟସ୍ଥାନରେ ରହୁଛନ୍ତି। ଗତକାଲି ମା’ପୁଅ ଗୋଟିଏ କୋଠରିରେ ଶୋଇଥିବା ବେଳେ ଘରର ଅନ୍ୟ କୋଠରି ଗ୍ରିଲ ଭାଙ୍ଗି କେହି ଦୁର୍ବୃତ୍ତ ତାଙ୍କ ଆଲମିରାରୁ କାନଫୁଲ, ମୁଦି, ହାର ଆଦି ସୁନା ଅଳଙ୍କାର ସମେତ ତାଙ୍କ ସାର୍ଟିଫିକେଟ ଓ କିଛି ଅନ୍ୟ କାଗଜପତ୍ର ଚୋରି କରିନେଇଛି। ସକାଳୁ ଏହା ଜାଣିବା ପରେ କଲ୍ୟାଣୀ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଛି।

The post ଗ୍ରୀଲ୍‌ ଭାଙ୍ଗି ଚୋରି, ଥାନାରେ ଅଭିଯୋଗ first appeared on Sambad.

No comments

Powered by Blogger.