Header Ads

Header ADS

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ବ୍ଲାକ୍‌ମେଲ୍‌, ବଦନାମ୍‌ର ଭୟ ଦେଖାଇ ୫୦ ଲକ୍ଷ ଦାବି


ଚନ୍ଦ୍ରଶେଖରପୁର: ପ୍ରେମିକ ସହ ମିଶି ବ୍ଲାକ୍‌ମେଲ୍‌ କରୁଥିବା ନେଇ ଆଜି ଜଣେ ଯୁବକ ଚନ୍ଦ୍ରଶେଖରପୁର ଥାନାରେ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଛନ୍ତି। ପ୍ରେମିକ ସହ ନିଜର ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ଭାଇରାଲ୍‌ କରି ତାଙ୍କୁ ବଦନାମ୍‌ କରିବା ଧମକ ଦେଇ ୫୦ ଲକ୍ଷ ଟଙ୍କା ଦାବି କରିଛି ବୋଲି ସ୍ତ୍ରୀ ନାଁରେ ସ୍ବାମୀ ଅଭିଯୋ‌ଗ କରିଛନ୍ତି। ଘଟଣାଟି ଏକ ପ୍ରତିଷ୍ଠିତ ପରିବାରରେ ଘଟିଥିବାରୁ ପୁଲିସ ମାପିଚୁପି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ କରିଥିବା ସ୍ବାମୀ ଜଣଙ୍କ ଏକ ପ୍ରତିଷ୍ଠିତ କମ୍ପାନିର ବରିଷ୍ଠ ଅଧିକାରୀ। ତେଣୁ ଲୋକଲଜ୍ଜାକୁ ଭୟ କରି ସେ ତଦନ୍ତବେଳେ ନିଜ ନାମ ଗୋପନ ରଖିବାକୁ ପୁଲିସ୍‌କୁ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ ଏହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପତ୍ନୀ ବୟସରେ ତାଙ୍କ ତୁଳନାରେ ଯଥେଷ୍ଟ କମ୍। ତେଣୁ ବହୁ ସମୟରେ ସେ ନିଜ ସ୍ବାମୀକୁ ଛାଡ଼ି ବାହାରେ ରୁହନ୍ତି। ଅଭିଯୋଗକାରୀଙ୍କ କହିବା କଥା ତାଙ୍କ ସ୍ତ୍ରୀ ନିଜର ଜଣେ ପୁରୁଷ ବନ୍ଧୁଙ୍କ ସହ ପେଇଂ ଗେଷ୍ଟ୍‌ ଭାବେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ସୂଚନା ମଳିଛି। ଏବେ ସେ ତାଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ନୂଆ ଫନ୍ଦି ବାହାର କରିଛନ୍ତି। ନିଜ ପ୍ରେମିକ ସହ କିଛି ଅନ୍ତରଙ୍ଗ ସମୟର ଫଟୋ ଭାଇରାଲ୍ କରିଦେବ ବୋଲି ଧମକାଇଛି। ଫଳରେ ସେ ବଦନାମ୍‌ ହେବେ ଓ ଭୟରେ ଟଙ୍କା ଗଣିବେ। ତେବେ ୫୦ ଲକ୍ଷ ଟଙ୍କା ଦେଲେ, ସେ ଏଭଳି କରିବ ନାହିଁ ବୋଲି ସ୍ତ୍ରୀ କହିଛି। ତେଣୁ ସ୍ତ୍ରୀକୁ ସାବାଡ୍‌ କରିବା ପାଇଁ ଶେଷରେ ସ୍ବାମୀ ଥାନାର ଦ୍ବାରସ୍ଥ ହୋଇଛନ୍ତି। ତଦନ୍ତରେ ଏହି ଅଭିଯୋଗର ସତ୍ୟତା ଥିଲେ ପୁଲିସ୍ ମହିଳାଙ୍କୁ ବାନ୍ଧିବ ବୋଲି ସୂଚନା ଦେଇଛି।

The post ପ୍ରେମିକ ସହ ମିଶି ସ୍ବାମୀଙ୍କୁ ବ୍ଲାକ୍‌ମେଲ୍‌, ବଦନାମ୍‌ର ଭୟ ଦେଖାଇ ୫୦ ଲକ୍ଷ ଦାବି first appeared on Sambad.


No comments

Powered by Blogger.