Header Ads

Header ADS

ମତ ମତାନ୍ତର : ଲଜ୍ଜା… ଲଜ୍ଜା… ଟ୍ରମ୍ପ


ବିଶ୍ବର ସବୁଠାରୁ ଶକ୍ତିଶାଳୀ ଓ ପ୍ରାଚୀନ ଗଣତନ୍ତ୍ର ଆମେରିକାରେ କ୍ଷମତା ହସ୍ତାନ୍ତରକୁ ନେଇ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚନରେ ପରାଜିତ ହେବା ସତ୍ତ୍ବେ ପ୍ରତିଦ୍ବନ୍ଦ୍ବୀ ଜୋ-ବାଇଡେନ୍‌ଙ୍କୁ କ୍ଷମତା ହସ୍ତାନ୍ତର ପୂର୍ବରୁ ବିଶ୍ବବାସୀ ଦେଖିଲେ ଏକ ଭୟଙ୍କର ଦୃଶ୍ୟ। ଟ୍ରମ୍ପ୍‌ଙ୍କ ସମର୍ଥକମାନେ ନିର୍ବାଚନକୁ ଅସିଦ୍ଧ ବୋଲି କହିବା ସହିତ କ୍ୟାପିଟଲ ହିଲ୍‌କୁ ଧସେଇ ପଶିଲେ ଏବଂ ସେଠାରେ ବ୍ୟାପକ ଭଙ୍ଗାରୁଜା କଲେ। ଏଭଳି ପରିସ୍ଥିତିରେ ଟ୍ରମ୍ପ୍‌ ବିକ୍ଷୋଭକାରୀଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ କହିବା ବଦଳରେ ସେମାନଙ୍କୁ ଦେଶଭକ୍ତ ବୋଲି କହିବାକୁ ପଛାଇ ନଥିଲେ। ଯାହାକୁ ସାରା ବିଶ୍ବ ଏବେ ନିନ୍ଦା କରୁଛି। ଯୁକ୍ତରାଷ୍ଟ୍ର ଆମେରିକା ସ୍ବାଧୀନ ହେବା ଦିନୁ କ୍ଷମତା ହସ୍ତାନ୍ତର ନେଇ ଏଭଳି ପରିସ୍ଥିତି କେବେ ସୃଷ୍ଟି ହୋଇ ନ ଥିଲା। ବିଶ୍ବନେତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଟ୍ରମ୍ପ ବ୍ୟାପକ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ସେଥିରୁ କିଛି ଉଲ୍ଲେଖନୀୟ ମତାମତ…

ଆମେରିକାରେ ଯାହା ହେଲା, ତାହା ସହିତ ଆମ ଦେଶର କ’ଣ ସମ୍ପର୍କ ଅଛି? ଟ୍ରମ୍ପ ସମର୍ଥନ ହିଂସାକାଣ୍ଡରେ ଭାରତୀୟ ଜାତୀୟ ପତାକା ଧରି ଯୋଗ ଦେଇଥିବା ବ୍ୟକ୍ତିକୁ କିଏ କହିଥିଲା ଯେ ଟ୍ରମ୍ପ ହେଉଛନ୍ତି ଭାରତର ବନ୍ଧୁ? ସାରା ପୃଥିବୀର ଲୋକ ଦେଖିଲେ ଯେ ଭାରତର ଜାତୀୟ ପତାକା କେତେ ଘୃଣ୍ୟ କାମ ପାଇଁ ବ୍ୟବହାର ହୋଇପାରେ।
ରଂଗାଚରଣ ପ୍ରଧାନ (ଫେସ୍‌ବୁକ୍‌)

ଆମେରିକାରେ ଗଣତନ୍ତ୍ର ଏତେ ହୁଗୁଳା…. କ୍ଷମତା ପାଗଳ ଟ୍ରମ୍ପ୍‌ର ଅସଲି ଚେହେରାକୁ ବିଶ୍ୱବାସୀ ଦେଖିଲେ।
ସୁବ୍ରତ କୁମାର ଜେନା (ଫେସ୍‌ବୁକ୍‌)

କେବଳ ଟ୍ରମ୍ପ ନୁହଁ,ଏକାଧିକ ଭୂତ ଅଛନ୍ତି ବିଶ୍ବର କ୍ଷମତା କେନ୍ଦ୍ରରେ।
କାନନ ଦାଶ (ଫେସ୍‌ବୁକ୍‌)

ଟ୍ରମ୍ପ ଭଳି ଏକ ଗଣତନ୍ତ୍ରର ବଳାତ୍କାରୀ ପାଇଁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ବୁଲିବୁଲି ନିର୍ବାଚନ ପ୍ରଚାର କରିବା କେତେ ଦୂର ଠିକ୍ ଥିଲା?
ପ୍ରିୟବ୍ରତ ନାୟକ (ଟ୍ବିଟର୍)

ରାଜନୀତିର ଅପରାଧୀକରଣ ଏଠି, ସେଠି, ସବୁଠି। ଟ୍ରମ୍ପ୍ ଆମେରିକାକୁ କଳଙ୍କିତ କରିଛନ୍ତି। ଗଣତନ୍ତ୍ରକୁ ଧ୍ବସ୍ତ ବିଧ୍ବସ୍ତ କରିଛନ୍ତି।
ପବିତ୍ର ମୋହନ କର (ଫେସ୍‌ବୁକ୍‌)

The post ମତ ମତାନ୍ତର : ଲଜ୍ଜା... ଲଜ୍ଜା... ଟ୍ରମ୍ପ first appeared on Sambad.


No comments

Powered by Blogger.