Header Ads

Header ADS

ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ୭୨ଲକ୍ଷ ଟପିଲା


ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ୭୨ଲକ୍ଷ ଟପିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୨୯,୬୪୬ ନମୁନା ପରୀକ୍ଷା ହେବା ପରେ ସମୁଦାୟ ସଂଖ୍ୟା ୭୨ଲକ୍ଷ ୧ହଜାର ୭୩୬କୁ ବୃଦ୍ଧି ପାଇଛି। ଗୋଟିଏ ଦିନରେ ରାଜ୍ୟରେ ୨୪୪ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ୦.୮୨ ପ୍ରତିଶତ ରହିଛି। ମାତ୍ର ସାମଗ୍ରିକ ଭାବେ ରାଜ୍ୟର ଟିପିଆର ୪.୬୧ ପ୍ରତିଶତକୁ ଖସି ଆସିଛି।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ଖସି ଆସିଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର ଓ ଅନୁଗୁଳରେ ଏହାର ଚିନ୍ତାର ବିଷୟ ରହିଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୨ହଜାର ୧୦୬କୁ ବୃଦ୍ଧି ପାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୫୨,୮୬୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ସମୁଦାୟ କରୋନା ମୃତ୍ୟୁ ୧୮୯୨କୁ ବୃଦ୍ଧି ପାଇଛି। ଏହାସହ ଆଜି ରାଜ୍ୟରେ ୨୨୮ ରୋଗୀ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୨୮ହଜାର ୨୭୧ରେ ପହଞ୍ଚି ଯାଇଛି। ଢେଙ୍କାନାଳ, ନବରଙ୍ଗପୁରରେ ୫ଜଣ ଲେଖାଏଁ ଓ ନୟାଗଡ଼ରେ ୯ଜଣ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

The post ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା ୭୨ଲକ୍ଷ ଟପିଲା first appeared on Sambad.


No comments

Powered by Blogger.