Header Ads

Header ADS

ଭିକାରି ସ୍ବାଇଁ କୋର୍ଟଚାଲାଣ: କୋର୍ଟଚାଲାଣ ବେଳେ ମୁହଁ ଖୋଲିଲେ


କଟକ/ମାହାଙ୍ଗା: ମାହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ଭାବେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ନେତା ଭିକାରି ସ୍ବାଇଁଙ୍କୁ ଆଜି ପୁଲିସ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ‌ଦିଆଯାଇଛି।

ଜେଏମ୍‌ଏଫ୍‌ସି କୋର୍ଟକୁ ଚାଲାଣ ବେଳେ ଭିକାରି ଘଟଣା ସମ୍ପର୍କରେ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ, ରାଜନୈତିକ ଶତ୍ରୁତା କାରଣରୁ ମୃତ କୁଳମଣି ବରାଳଙ୍କ ଦୁଇ ପୁଅ ରମାକାନ୍ତ ଓ ରଂଜିତ ବରାଳ ତାଙ୍କୁ ଫସାଇ ଦେଇଛନ୍ତି। ୧୯୯୭ ମସିହାରୁ କୁଳମଣିଙ୍କ ସହିତ ତାଙ୍କର ରାଜନୈତିକ ଶତ୍ରୁତା ଥିଲା। ତେଣୁ, ହତ୍ୟାକାଣ୍ଡ ସମ୍ପର୍କରେ ସେ କିଛି ଜାଣି ନଥିଲେ ବି ତାଙ୍କ ନାମକୁ ଏଥିରେ ଯୋଡ଼ି ଦିଆଯାଇଛି। ତେବେ, ଅଦାଲତରେ ଜାମିନ୍‌ ନାମଞ୍ଜୁର ହେବାରୁ ଭିକାରିଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପଟେ ଭିକାରିଙ୍କ ଠାରୁ ପୁଲିସ କୌଣସି ସାମଗ୍ରୀ ଜବତ୍‌ କରିନି। ଏପରିକି ସେ ମୋବାଇଲ ଫୋନ୍ ମଧ୍ୟ ବ୍ୟବହାର କରୁ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଏହି ଡବଲ୍‌ ମର୍ଡର ଘଟଣାରେ ତଦନ୍ତକାରୀ ଟିମ୍‌ରେ ଥିବା ଅତିରିକ୍ତ ଏସ୍‌ପି ପି.କେ.ଜେନା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ସଂପର୍କରେ ଶ୍ରୀ ଜେନାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଣ୍ଟିଜେନ ଟେଷ୍ଟରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେ ଏବେ ଗୃହ ସଙ୍ଗରୋଧରେ ରହିଛନ୍ତି।

The post ଭିକାରି ସ୍ବାଇଁ କୋର୍ଟଚାଲାଣ: କୋର୍ଟଚାଲାଣ ବେଳେ ମୁହଁ ଖୋଲିଲେ first appeared on Sambad.


No comments

Powered by Blogger.