Header Ads

Header ADS

ଗୋଧିକୁ ପିଟି ପିଟି ଦରମରା, ମଲ୍‌ କର୍ମଚାରୀଙ୍କ ନାଁରେ ମାମଲା


ଭୁବନେଶ୍ବର: ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ଭିତରେ ଗୋଧିକୁ ପିଟି ପିଟି ଦରମରା କରିବା ମହଙ୍ଗା ପଡ଼ିଛି। ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ବଳରେ ମଲ୍‌ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ସହିଦନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ, ଗତ ୩ ତାରିଖ ଦିନ ସମ୍ପୃକ୍ତ ମଲ୍‌ ଭିତରକୁ ଏକ ଗୋଧି ପଶି ଆସିଥିଲା। କର୍ମଚାରୀଙ୍କ ସମେତ ଗ୍ରାହକମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। କିଛି କର୍ମଚାରୀ ଗୋଧିକୁ ପିଟିଥିଲେ। ଦରମରା ଅବସ୍ଥାରେ ତାକୁ ଡଷ୍ଟବିନ୍‌ରେ ପକାଇ ଦେଇଥିଲେ। ଖବର ପାଇ ସ୍ପିକ୍‌ ଫର ଆନିମଲର ଏକ ଦଳ ମଲ୍‌ରେ ପହଞ୍ଚି ଡଷ୍ଟବିନ୍‌ରୁ ଗୋଧିକୁ ଉଦ୍ଧାର କରିଥିଲା। ଗୋଧିର ଏକ୍ସ-ରେ’ କରାଯିବା ପରେ ତା’ର ମେରୁଦଣ୍ଡ ହାଡ଼ ଭାଙ୍ଗିଥିବା ଜଣାପଡ଼ିଥିଲା। ଗୋଧିର ଚିକିତ୍ସା କରାଯିବା ସହ ସହିଦନଗର ଥାନା‌ରେ ଏତଲା ଦିଆଯାଇଥିଲା।

The post ଗୋଧିକୁ ପିଟି ପିଟି ଦରମରା, ମଲ୍‌ କର୍ମଚାରୀଙ୍କ ନାଁରେ ମାମଲା first appeared on Sambad.


No comments

Powered by Blogger.