Header Ads

Header ADS

କିଡ୍‍ନି କିଙ୍ଗ୍‌ପିନ୍‌ ନାଁରେ ଲମ୍ବା ଅଭିଯୋଗ ଫର୍ଦ୍ଦ : ଆହୁରି ଠକିଛି ୧୮ଲକ୍ଷ ୫୩ ହଜାର


ଭୁବନେଶ୍ବର : କିଡ୍‌ନି କିଙ୍ଗ୍‌ପିନ୍‌ ହିମାଂଶୁ ନନ୍ଦ ନାମରେ ଅଭିଯୋଗର ଫର୍ଦ୍ଦ ଲମ୍ବା ହେବାରେ ଲାଗିଛି। ନୂଆପଲ୍ଲୀ ଓ ଲକ୍ଷ୍ମୀସାଗର ଥାନା ପରେ ଏଥର ମଞ୍ଚେଶ୍ବର ଥାନାରେ ଅନୁରୂପ ଅଭିଯୋଗ ହୋଇଛି। କିଡ୍‌ନି ଦେବାକୁ କହି ହିମାଂଶୁ ଜଣେ ଲୋକଠାରୁ ୧୮ଲକ୍ଷ ୫୩ ହଜାର ଟଙ୍କା ଠକେଇ କରିଥିବା‌ ଅଭିଯୋଗ ହୋଇଛି। ରଙ୍ଗମାଟିଆର ଅଶୋକ ନାୟକ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇ ଧୂର୍ତ୍ତ ହିମାଂଶୁ ବିରୋଧରେ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, କିଡ୍‌ନି ଦେବାକୁ କହି ହିମାଂଶୁ ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ନେଇଥିଲା। ପ୍ରଥମେ କିଡ୍‌ନି ପ୍ରତିରୋପଣ ପାଇଁ ଆବଶ୍ୟକ ପଡ଼ୁଥିବା କୋର୍ଟର ଆଦେଶପତ୍ର ପ୍ରଦାନ କରିଥିଲା। ମାତ୍ର ସେସବୁ ନକଲି ଥିଲା। ଏମିତିରେ ବିଶ୍ବାସ ଜନ୍ମାଇବା ପରେ ସେ ଅଶୋକଙ୍କଠାରୁ ପର୍ଯ୍ୟାୟକ୍ରମେ ୧୮ ଲକ୍ଷ ୫୩ ହଜାର ଟଙ୍କା ‌ନେଇ ଯାଇଥିଲା ଓ ଆଉ ଧରାଛୁଆଁ ଦେଇନଥିଲା। ଏ ନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କିଡ୍‌ନି ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ରହିଛି। ଡିଏମ୍‌ଇଟିଙ୍କ ବିନା ଅନୁମତିରେ କିଡ୍‌ନି ପ୍ରତିରୋପଣ ହୁଏନି। କାହା କିଡ୍‌ନି କାହା ଦେହରେ ଲାଗିବ ଡୋନର୍‌ ଜାଣନ୍ତିନି। ଏଣୁ ଏଭଳି କହି ଯେ କିଡ୍‌ନି ଦେବାକୁ କହୁଛି ସେ ଠକ। ଠକଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

The post କିଡ୍‍ନି କିଙ୍ଗ୍‌ପିନ୍‌ ନାଁରେ ଲମ୍ବା ଅଭିଯୋଗ ଫର୍ଦ୍ଦ : ଆହୁରି ଠକିଛି ୧୮ଲକ୍ଷ ୫୩ ହଜାର first appeared on Sambad.


No comments

Powered by Blogger.