Header Ads

Header ADS

ପରଦା, ସଙ୍ଗରୋଧରେ ପ୍ରାଣାୟାମ କରୁଥିଲେ ମଲାଇକା


ବଲିଉଡ୍‌ର ମୁନ୍ନି ଓରଫ୍ ମଲାଇକା ଅରୋରା ଖାନ୍‌ କରୋନା ଭୂତାଣୁକୁ ମାତ୍‌ ଦେଇ ଫେରିଆସିଛନ୍ତି। ସେ ସ୍ୱଳ୍ପ ଲକ୍ଷଣଯୁକ୍ତ ହୋଇଥିବାରୁ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥି‌ଲେ। ମଲାଇକା ନିଜ ସଙ୍ଗରୋଧ ଅନୁଭୂତି ବଖାଣି କହିଛନ୍ତି, ମୋ ପୁଅ ଏବଂ ପୋଷା କୁକୁରଠାରୁ ଦୂରରେ ରହିବା ମୋ ପାଇଁ କଷ୍ଟକର ଥିଲା। କିନ୍ତୁ ସେମାନଙ୍କ ସୁରକ୍ଷା ପାଇଁ ମୁଁ କଡ଼ାକଡ଼ି ଭାବେ ସଙ୍ଗରୋଧ ନିୟମ ପାଳନ କରୁଥିଲି। ତାଙ୍କ ନିକଟରେ ସେଭଳି ଗୁରୁତର ଲକ୍ଷଣ ଦେଖା ଯାଉନଥିଲେ ମଧ୍ୟ ମାଂସପେଶୀରେ କଷ୍ଟ ଅନୁଭବ କରୁଥିଲେ। ଏଣୁ ସେ ଅନ୍ୟାନ୍ୟ ଯୋଗ ବ୍ୟାୟାମ କରି ପାରୁନଥିଲେ। କିନ୍ତୁ ଅନୁଲୋମ ବିଲୋମ ଓ କପାଳଭାତି ଭଳି ଶ୍ୟାସକ୍ରିୟା ସହ ଜଡ଼ିତ ପ୍ରାଣାୟାମ କରିବା ବନ୍ଦ କରି ନଥିଲେ ବୋଲି କହିଛନ୍ତି ମଲାଇକା। କରୋନା ସମୟରେ ଏଭଳି ପ୍ରାଣାୟାମ କରିବାକୁ ସମସ୍ତ ଚେଷ୍ଟା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ‘ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର୍ସ’ ରିଅଲିଟି ସୋ’ରେ ବିଚାରପତି ଭାବେ କାମ କରୁଥିବା ମଲାଇକା ଉକ୍ତ ସୋ’ରୁ ହିଁ ସଂକ୍ରମିତ ହୋଇଥିଲେ। ସୋ’ର କ୍ର୍ୟୁ-ମେମ୍ବର୍‌ଙ୍କ ସମେତ କେତେକ ପ୍ରତିଯୋଗୀ ପଜିଟିଭ୍‌ ଚିହ୍ନଟ ହେବା ପରେ ସେ ନିଜର ପରୀକ୍ଷା କରାଇଥିଲେ। ତାଙ୍କର ରିପୋର୍ଟ ମଧ୍ୟ ପଜିଟିଭ୍‌ ଆସିଥିଲା।


No comments

Powered by Blogger.