Header Ads

Header ADS

ଗୌତମନଗରରେ ଗୋଡ଼ାଇ ହାଣିବା ଘଟଣା, ମୋଷ୍ଟୱାଣ୍ଟେଡ୍‌ ରାମାରାଓ ଗିରଫ


ଭୁବନେଶ୍ବର: ବଡ଼ଗଡ଼ ଥାନା ଗୌତମନଗରରେ ମାମୁ, ଭଣଜାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ପି. ରାମାରାଓକୁ ପୁଲିସ ଗିରଫ କରିଛି। ୧୨ ଦିନ ଧରି ଲୁଚକାଳି ଖେଳ ପରେ ଶେଷରେ ରାମାରାଓ ପୁଲିସ ହାତରେ ଧରାପଡ଼ିଛି। ତା’ଠାରୁ କଟୁରି ଓ ଗାଡ଼ି ଜବତ କରିଛି ପୁଲିସ। ରାମାରାଓ ନାଁରେ ଦାଦାବଟି, ହତ୍ୟା ଉଦ୍ୟମ, ଡକାୟତି, ରାହାଜାନି, ଚୋରି, ସିନ୍ଧିଚୋରି ଭଳି ୩୧ଟି ମାମଲା ରହିଛି। ବଡ଼ଗଡ଼, ଲକ୍ଷ୍ମୀସାଗର, କ୍ୟାପିଟାଲ, ଜିଆରପି ଥାନାରେ ଏହି ସବୁ ମାମଲା ଥିବା ବେଳେ ସେ ପୁଲିସ ପାଇଁ ମୋଷ୍ଟୱାଣ୍ଟେଡ୍ ଥିଲା।

ପୁଲିସ ସୂଚନା ଅନୁସାରେ, ଗତ ୭ ତାରିଖ ସନ୍ଧ୍ୟାରେ ଗୌତମନଗରରେ ମଣ୍ଟୁ ମହାନ୍ତି ଓ ତାଙ୍କ ଭଣଜା ରାଜକିଶୋର ରାୟଙ୍କୁ ରାମାରାଓ ଓ ତା’ର ସହଯୋଗୀ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ସେମାନଙ୍କଠାରୁ ୧୨ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତକୁ ଗିରଫ ଦାବିରେ ସ୍ଥାନୀୟ ବାସିନ୍ଦା ଡିସିପିଙ୍କୁ ଫେରାଦ ମଧ୍ୟ ହୋଇଥିଲେ। ଏହାପରେ ରାମାରାଓ ଫେରାର୍‌ ହୋଇଯାଇଥିଲା। ଗତ ୧୧ ତାରିଖରେ ପୁଲିସ୍‌ ଏହି ଘଟଣାରେ ରାମାରାଓର ଭଉଣୀ ଆଶାମାଳି ଓ ୧୪ ତାରିଖରେ ସହଯୋଗୀ ସନ୍ତୋଷ ସାହୁକୁ ଗିରଫ କରିଥିଲା।


No comments

Powered by Blogger.