Header Ads

Header ADS

ଦଇତାପତି ପ୍ରେମ‌ାନନ୍ଦଙ୍କ ମୃତ୍ୟୁର ଦିନକ ପରେ ପତ୍ନୀଙ୍କ ପରଲୋକ


ପୁରୀ: ବରିଷ୍ଠ ଦଇତାପତି ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକର ଦିନକ ପରେ ଆଜି ପତ୍ନୀ ବିନୋଦିନୀ ଦାସମହାପାତ୍ରଙ୍କର ପରଲୋକ‌ ଘଟିଛି। ତାଙ୍କୁ ୫୭ ବର୍ଷ ହୋଇଥିଲା। ସ୍ବର୍ଗତ ଦାସମହାପାତ୍ରଙ୍କ ବିୟୋଗର ଦିନକ ପରେ ପତ୍ନୀଙ୍କ ବିୟୋଗ ସେବାୟତ ମହଲକୁ ମର୍ମାହତ କରିଛି। ସ୍ବାମୀ ସ୍ବର୍ଗତ ପ୍ରେମାନନ୍ଦ ଦାସମହାପାତ୍ର କରୋନା ଆକ୍ରାନ୍ତ ହେବା ପରେ ପରେ ପତ୍ନୀ ସ୍ବର୍ଗତା ଦାସମହାପାତ୍ର ବି କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୧୫ ଦିନ ହେବ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଆଜି କେଉଁ ରୋଗରେ ତାଙ୍କର ପରଲୋକ ଘଟିଛି, ତାହା ସ୍ପଷ୍ଟ ହୋଇନି। ସୂଚନାଯୋଗ୍ୟ, ଗତ ୨୦ ତାରିଖରେ ବରିଷ୍ଠ ଦଇତାପତି ସ୍ବର୍ଗତ ଦାସମହାପାତ୍ରଙ୍କ ପରଲୋକ ଘଟିଥିଲା। ସ୍ବର୍ଗତା ଦାସମହାପାତ୍ରଙ୍କ ବିୟୋଗରେ ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର ଓ ପୁରୀ ଅର୍ବାନ୍‌ ବ୍ୟାଙ୍କର ପୂର୍ବତନ ସଭାପତି ଗୁଣଧର ଦାସମହାପାତ୍ର ଶୋକ ପ୍ରକାଶ କରିଛନ୍ତି।


No comments

Powered by Blogger.