Header Ads

Header ADS

ସୁଶାନ୍ତ ନାଥ ବିଏସଏଫ ଆଇଜି ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ସୁଶାନ୍ତ ନାଥଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସୀମା ସୁରକ୍ଷା ବଳ (ବିଏସଏଫ)ର ଆଇଜି ଭାବେ ନିଯୁକ୍ତ କରାଯାଇଛି। ଏନେଇ ସୋମବାର ମନ୍ତ୍ରାଳୟ ପକ୍ଷରୁ ଗୃହବିଭାଗ ଅନୁସଚିବ ଅଞ୍ଜନ ଶରକାର ରାଜ୍ୟ ସରକାରଙ୍କ ମୁଖ୍ୟଶାସନ ସଚିବଙ୍କ ପତ୍ର ଲେଖି ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି ଯେ ଶ୍ରୀ ନାଥଙ୍କୁ ମନ୍ତ୍ରାଳୟ ପକ୍ଷରୁ ଖାଲିଥିବା ଆଇଜି ପଦରେ ନିଯୁକ୍ତ କରାଗଲା। ସେ ଡେପୁଟେସନରେ ଆସନ୍ତା ୫ବର୍ଷ ପାଇଁ କାର୍ଯ୍ୟଭାର ସମ୍ଭାଳିବେ। ନଚେତ୍‍ ଯେପର୍ଯ୍ୟନ୍ତ ମନ୍ତ୍ରାଳୟ ପକ୍ଷରୁ ଅନ୍ୟାଦେଶ ପ୍ରକାଶ ପାଇନାହିଁ ସେପର୍ଯ୍ୟନ୍ତ କାର୍ଯ୍ୟ ତୁଲାଇବେ। ତେଣୁ ତୁରନ୍ତ ତାଙ୍କୁ ଡେପୁଟେସନ ପାଇଁ ଅନୁମତି ଦେବାକୁ ଶ୍ରୀ ଶରକାର ପତ୍ରରେ ଅନୁରୋଧ କରିଛନ୍ତି।



No comments

Powered by Blogger.