Header Ads

Header ADS

ଉପର ମୁଣ୍ଡରେ ବର୍ଷା, ହୀରାକୁଦର ୫ ଗେଟ୍‌ ଖୋଲା


ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୩୯.୩୮ ମିଲିମିଟର, ତଳମୁଣ୍ଡରେ ୨୦.୫୪ ମିଲିମିଟର ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୮.୮୫ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୭ ହଜାର ୩୭୬ କ୍ୟୁସେକ ପାଣି ପ୍ରବେଶ କରୁଛି ଓ ୧ ଲକ୍ଷ ୮୧ କ୍ୟୁସେକ ପାଣି ନିଷ୍କାସିତ ହୋଇଛି। ୫ ଗେଟ ଖୋଲା ରହିଛି। ଗତକାଲି ୨ ଗେଟ୍‌ ଖୋଲା ରହିଥିଲା। ଆଜି ଦିନ ୧୧ଟାରେ ଆଉ ୩ ଗେଟ ଖୋଲିବା ପାଇଁ ଆଦେଶ ହୋଇଥିଲା। ବେଲଗାଁରେ ୫୩ ହଜାର କ୍ୟୁସେକ, ପଥର୍ଲାରେ ୬୯ ହଜାର ୧୦୦, ଖଇରମାଲରେ ୯୮ ହଜାର କ୍ୟୁସେକ, ବରମୁଳାରେ ୮୪ ହଜାର ୫୦୦ କ୍ୟୁସେକ ଏବଂ ମୁଣ୍ଡଳିରେ ୫୧ ହଜାର ୬୦୦ କ୍ୟୁସେକ ପାଣି ପ୍ରବାହିତ ହେଉଥିବା ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


No comments

Powered by Blogger.