Header Ads

Header ADS

ନଦୀରେ ଭାସିଗଲା ବସ୍‍ ; ବର୍ତ୍ତିଲେ ୨୪ ଯବାନ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ଼ର ବିଜାପୁରରେ ମାଓ ଅପରେସନ ସାରି ଫେରୁଥିବା ଯବାନଙ୍କ ବସ୍‍ ପୋଲ ପାର ହେଉଥିବା ବେଳେ ନଦୀରେ ଭାସି ଯାଇଛି। ଫଳରେ ବସ୍‍ରେ ବସିଥିବା ୨୪ ଯବାନ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବିଜାପୁର ଜିଲା ଉରୁପାଲ ଓ ମିତୁଲୁର ଜଙ୍ଗଲକୁ ଯାଇ ଯବାନମାନେ ଫେରୁଥିଲେ। ମିତୁଲୁର ନଦୀରେ ଏକ ଛୋଟିଆ ପୋଲ ପାର ହେଉଥିବା ସମୟରେ ଯବାନମାନେ ବସିଥିବା ବସ ନଦୀ ମଧ୍ୟକୁ ଭାସି ଯାଇଥିଲା। କୌଶଳକ୍ରମେ ଝରକା ଭାଙ୍ଗି ବସରୁ ୨୪ ଯବାନ ବାହାରକୁ ଆସିଥିଲେ। ନଦୀ ଅପରପାର୍ଶ୍ବରେ ଥିବା ଅନ୍ୟ ଯବାନ ସେମାନଙ୍କୁ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ କିଛିଦିନ ଧରି ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ପ୍ରାୟ ୩ରୁ ୪ ଫୁଟ ପାଣି ନଦୀର ପୋଲ ଉପରେ ପ୍ରବାହିତ ହେଉଥିଲା। ଡ୍ରାଇଭର ସାହାସର ସହ ଗାଡିକୁ ପୋଲ ପାର କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ସମସ୍ତ ଯବାନ ସୁରକ୍ଷିତ ରହିଥିବା ବେଳେ ବସ ନଦୀ ଗର୍ଭକୁ ଖସି ଯାଇଥିଲା।



No comments

Powered by Blogger.