Header Ads

Header ADS

ଲଦାଖ ଫର୍‌ୱାର୍ଡ ପୋଷ୍ଟ୍‌ରେ ଚୀନ୍ ସୈନିକମାନେ ମାଇକ୍‌ରେ ପଞ୍ଜାବୀ ଗୀତ ବଜାଇଥିଲେ, ଜାଣନ୍ତୁ କ’ଣ ଥିଲା କାରଣ


ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମାର  ଫିଙ୍ଗର୍‌-୪ ଅଂଚଳରେ ଚୀନ୍‌ ସୈନିକମାନଙ୍କର ଅବସ୍ଥିତି ପ୍ରତି ଦୃଷ୍ଟି ଦେଇ ଉଚ୍ଚସ୍ଥାନରେ ବସିଥିବା ଭାରତୀୟ ସୈନିକମାନଙ୍କର ଧ୍ୟାନ ହଟାଇବା ଲାଗି ଲଦାଖର ଫର୍‌ୱାର୍ଡ ପୋଷ୍ଟ୍‌ମାନଙ୍କରେ ମୁତୟନ ହୋଇଥିବା ଚୀନ୍‌ ସୈନିକମାନେ ଗୁରୁବାର ଦିନ ମାଇକ୍‌ରେ ପଞ୍ଜାବୀ ଗୀତ ବଜାଇଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଅତୀତରେ ମଧ୍ୟ ଚୀନ୍ ସେନା ଏହି ମାନସିକ ଯୁଦ୍ଧ କୌଶଳ ବ୍ୟବହାର କରିଥିଲା। ୧୯୬୨ ଯୁଦ୍ଧ ପୂର୍ବରୁ ଭୟଭୀତ କରିବାର କୌଶଳ ଭାବେ ଚୀନ୍ ସେନା ବଲିଉଡ୍/ହିନ୍ଦୀ ସିନେମା ଗୀତ ବଜାଇ ଥିଲା। ଆହୁରି ମଧ୍ୟ ସେମାନେ ଦେଖାଇବାକୁ ଚାହୁଁଥିଲେ କି, ତାଙ୍କୁ ଭାରତୀୟ ଭାଷା ଭଲଭାବେ ଜଣା।

ଯୋର୍‌ରେ ଗୀତ ବଜାଇ ଚୀନ୍ ସେନା କେବଳ ଭାରତୀୟ ସୈନିକମାନଙ୍କୁ ଧ୍ୟାନଚ୍ୟୁତ କରିବାକୁ ଚାହୁଁ ନାହାନ୍ତି, ବରଂ ଜଣାଇ ଦେବାକୁ ଚେଷ୍ଟା କରନ୍ତି ଯେ, ସେମାନେ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିଛନ୍ତି।

Image Courtesy of Lokmat

ଅଧିକାଂଶ ଭାରତୀୟ  ଯବାନ ହିନ୍ଦୀ ଓ ପଞ୍ଜାବୀ ଭାଷାରେ କଥାବାର୍ତ୍ତା କରନ୍ତି। ଏମିତି ହୋଇଥାଇ ପାରେ, ଭାରତୀୟ ସୈନିକମାନେ ହିନ୍ଦୀ କିଂବା ପଞ୍ଜାବୀ ଗୀତ ଗୁଣୁ ଗୁଣୁ କରୁଥିବା ଚୀନ୍ ସୈନିକମାନେ ଅତୀତରେ ଶୁଣିଥାଇ ପାରନ୍ତି। ଗୀତ ବଜାଇ ସେମାନେ ଜଣାଇ ଦେବାକୁ ଚାହୁଁ ଥାଇ ପାରନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ସେମାନେ ଚିନ୍ତିତ ନୁହନ୍ତି।

ସାମ୍ପ୍ରତିକ ସୀମାନ୍ତ ସ୍ଥିତିକୁ ବେଖାତିର କରିବା ସହ  ସୁଉଚ୍ଚ ପୂର୍ବ ଲଦାଖରେ ଉପୁଜିଥିବା ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ଆଦୌ ହଇରାଣ ହରକତ ହେଉ ନାହାନ୍ତି ବୋଲି ଜଣାଇବାର ଏହା ଗୋଟାଏ ଉପାୟ ମଧ୍ୟ ହୋଇପାରେ।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ସେପ୍ଟେମ୍ବର ୮ ତାରିଖ ଦିନ ଫିଙ୍ଗର୍‌-୪ ନିକଟରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଭୀଷଣ ତିକ୍ତତା ଦେଖା ଦେଇଥିଲା ଏବଂ କେତେ ରାଉଣ୍ଡ୍‌ ଫାଙ୍କା ଗୁଳି ବିନିମୟ କରିଥିଲେ।


No comments

Powered by Blogger.