Header Ads

Header ADS

ନୂତନ ପ୍ରଜାତିର କ୍ଷୁଦ୍ରତମ ଝିଟିପିଟି ‘ଗଞ୍ଜାମ ସ୍ଲେଣ୍ଡର୍ ଗାକୋ’ ଠାବ


ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ଝାଡ଼େଶ୍ବର ଶୈବପୀଠ ପରିସରରୁ ଏକ ନୂତନ ପ୍ରଜାତିର ଝିଟିପିଟି ଠାବ ହୋଇଛି। ଏହାକୁ ‘ଗଞ୍ଜାମ ସ୍ଲେଣ୍ଡର୍ ଗେକୋ’ ନାମରେ ନାମିତ କରାଯାଇଛି। ସବୁଠାରୁ କ୍ଷୁଦ୍ରତମ ଏହି ଝିଟିପିଟିକୁ ଜବଲପୁର ସ୍ଥିତ ଜୁଲୋଜିକାଲ ସର୍ଭେ ଅଫ ଇଣ୍ତିଆର ବୈଜ୍ଞାନିକ ଡ.ପ୍ରତ୍ୟୁଷ ପି. ମହାପାତ୍ର ଠାବ‌ କରିଛନ୍ତ।

ଝାଡେ଼ଶ୍ବର ମନ୍ଦିର ପଛପାର୍ଶ୍ବରେ ଥିବା ଆମ୍ବଗଛ ଗୁଡ଼ିକରେ ଏହି ଝିଟିପିଟି ବହୁଳ ଭାବେ ଦେଖିବାକୁ ମିଳେ। ଯାହାର ଅତ୍ୟଧିକ ଲମ୍ବ ୩.୫ ସେଣ୍ଟିମିଟର। ଆର୍ନ୍ତଜାତିକ ଜର୍ଣ୍ଣାଲ ‘ଜୁ ଟାକ୍ସା’ରେ ଏହି ଝଟିପିଟି ସ˚କ୍ରାନ୍ତରେ ସନ୍ଦର୍ଭ ପ୍ରକାଶିତ ହୋଇଛି। ଭାରତରେ ଦେଖିବାକୁ ମିଳୁଥିବା କ୍ଷୁଦ୍ରତମ ଝିଟିପିଟି ମଧ୍ୟରେ ଏହା ଏକ ନୂତନ ପ୍ରଜାତିର। ଏହି ଝିଟିପିଟିମାନେ ଗଛର ରଙ୍ଗ ସହିତ ଖାପ ଖୁଆଇ ଚଳିବା ସହ ଅଧିକାଂଶ ସମୟରେ ରଙ୍ଗ ବି ବଦଳାନ୍ତି। କିନ୍ତୁ ଏମାନଙ୍କ ରଙ୍ଗ ସାଧାରଣତଃ ମାଟିଆ ଓ ଏମାନେ ରାତ୍ରୀଚର। ଦିନରେ ଗଛର ଉପରଭାଗରେ ରହୁଥିବା ବେଳେ ରାତିରେ ତଳକୁ ଆସିଥାନ୍ତି। ସାଧାରଣତଃ ପିମ୍ପୁଡ଼ି ଓ ଉଈ ଖାଇଥାନ୍ତି। ଏହି ପ୍ରଜାତିର ମାଈ ଝିଟିପିଟି ଗଛ କରୋଡ଼ରେ ୨ଟି ଲେଖାଏଁ ଅଣ୍ତା ଦିଅନ୍ତି। ଯାହାକି ପରସ୍ପରକୁ ଲାଗି କରି ରହିଥାଏ। ଅଣ୍ତାରୁ ଛୁଆ ଫୁଟିବା ଲାଗି ୪୫ଦିନ ସମୟ ଲାଗେ। ଏମାନେ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ଅଣ୍ତା ଦିଅନ୍ତି। ସାଧାରଣତଃ ନୂତନ ପ୍ରଜାତିର ଜୀବଜନ୍ତୁମାନେ ଅଭୟାରଣ୍ୟ ଓ ଜଙ୍ଗଲରୁ ମିଳୁଥିବାବେଳେ ଏହି ପ୍ରଜାତି ଲୋକମାନଙ୍କ ଦ୍ବାରା ସ˚ରକ୍ଷିତ ମନ୍ଦିରରୁ ମିଳିଛି।

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଡ. ପ୍ରତ୍ୟୁଷ ପି. ମହାପାତ୍ର ପ୍ରାଣୀବିଜ୍ଞାନ ବିଭାଗର ଅଧ୍ୟାପକ ଥିବା ବେଳେ ୨୦୧୪ ମସିହାରେ ଏହାକୁ ଠାବ‌ କରିଥିଲେ। ତାଙ୍କ ନେତୃତ୍ବରେ ଅକ୍ଷୟ ଖଣ୍ତେରକର, ପ୍ରଫେସର ସୁଶୀଳ କୁମାର ଦତ୍ତ, କୁକୋ ମହାପାତ୍ର ଓ ଇଶାନ୍‌ ମହାପାତ୍ରଙ୍କୁ ନେଇ ଗଠିତ ବୈଜ୍ଞାନିକ ଟିମ୍‌ ଏହାକୁ ନେଇ ଦୀର୍ଘ ୫ ବର୍ଷ ଧରି ଗବେଷଣା କରି ଏହି ନୂତନ ପ୍ରଜାତି ଉପରେ ତଥ୍ୟ ସ˚ଗ୍ରହ କରିଛନ୍ତି। ଡ.ମହାପାତ୍ର ଏବେ ଜବଲପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ଭେକ୍ଷଣ ସ˚ସ୍ଥାରେ ବୈଜ୍ଞାନିକ ଭା‌ବେ କାର୍ଯ୍ୟରତ। ଆର୍ନ୍ତଜାତିକ ଖ୍ୟାତି ସମ୍ପନ୍ନ ସରୀସୃପ ବିଶାରଦ ପ୍ରଫେସର ସୁଶୀଳ କୁମାର ଦତ୍ତ କହିଛନ୍ତି ଯେ, ଏହି ନୂତନ ପ୍ରଜାତିର ଝିଟିପିଟିର ସ˚ରକ୍ଷଣ ଲାଗି ବ୍ରହ୍ମପୁର ବନବିଭାଗର ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ।


No comments

Powered by Blogger.