Header Ads

Header ADS

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହର୍‌ସିମ୍‌ରତ କୌର


ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷକ ବିଲ୍‌କୁ ବିରୋଧ କରି ଆଜି କେନ୍ଦ୍ରମନ୍ତ୍ରୀ ହର୍‌ସିମ୍‌ରତ କୌର ବାଦଲ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜେପିର ସହଯୋଗୀ ଅକାଳି ଦଳର ପ୍ରତିନିଧିତ୍ବ କରୁଥିଲେ କୌର। ଅକାଳି ଦଳର ସଭାପତି ସୁଖବୀର ସିଂହ ବାଦଲଙ୍କ ନିର୍ଦ୍ଦେଶକ୍ରମେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନୂଆ କୃଷକ ବିଲ୍‌କୁ ବିରୋଧ କରି ଶିରୋମଣି ଅକାଳି ଦଳ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବ ନାହିଁ। ତେବେ ଦଳ ମୋଦୀ ସରକାରଙ୍କୁ ବାହାରୁ ରହି ସମର୍ଥନ ଦେବ ବୋଲି ସୁଖବୀର କହିଛନ୍ତି। ନୂଆ କୃଷକ ବିଲ୍‌ କୃଷି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣିବ ବୋଲି ବିଜେପି କହୁଥିବା ବେଳେ ଏହି ବିଲ୍‌ ବିଶେଷକରି ପଞ୍ଜାବ ଓ ହରିୟାଣାର ଚାଷୀଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି।


No comments

Powered by Blogger.