Header Ads

Header ADS

କଟକଣାରେ ବି କଲେ ଯାତ୍ରା : ଯାତ୍ରାପାର୍ଟି ମାଲିକଙ୍କୁ ୫୦ ହଜାର ଜରିମାନା


ଭୋଗରାଇ : କ‌ରୋନା ପାଇଁ କୌଣସି ପରିସ୍ଥିତିରେ ଭିଡ଼କୁ ଅନୁମତି ଦିଆଯିବନାହିଁ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ତଥାପି ଏ କଟକଣାକୁ ଖାତିର ନ କରି ଯାତ୍ରା ଓ ମଲୋଡି ଆୟୋଜିତ ହୋଇଥିଲା ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ଭୋଗରାଇ ବ୍ଲକ୍‌ର ନିମାତପୁର ହାଟପଡ଼ିଆରେ। ଏଥିପାଇଁ ସମ୍ପୃକ୍ତ ଯାତ୍ରା ମାଲିକଙ୍କୁ ୫୦,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିଛି।

କିଛି ଅମାନିଆ ଯୁବକ ବିଶ୍ବକର୍ମା ପୂଜା ଓ ମନସା ପୂଜା ଅବସରରେ ଯାତ୍ରା କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଗୌରାଙ୍ଗ ଜିଉ ଗଣନାଟ୍ୟ ନାମକ ଏକ ସ୍ଥାନୀୟ ଯାତ୍ରାପାର୍ଟି ପକ୍ଷରୁ ଯାତ୍ରା ମଞ୍ଚସ୍ଥ ହୋଇଥିଲା। ଏହାକୁ ଦେଖିବା ପାଇଁ ମଧ୍ୟ ଶହଶହ ଲୋକ ଭିଡ଼ ଜମାଇଥିଲେ। ନା କରୋନାକୁ ଆୟୋଜକଙ୍କ ଭୟ ଥିଲା ନା ଦେଖଣାହାରୀଙ୍କର! ଆଜି ଅଭିଯୋଗ ହେବା ପରେ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ପହଞ୍ଚି ତଦନ୍ତ କରିବା ସହ ଯାତ୍ରାପାର୍ଟି ମାଲିକ ସୁଦାମ ଦାସଙ୍କ ଠାରୁ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଆୟେ‌ାଜକଙ୍କ ବିରୋଧ‌ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ, ଯାହାକୁ ନେଇ ସାଧାରଣରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଲୋକ ଅଭିଯୋଗ କରିଛନ୍ତି ଯେ ଏତେ ଭିଡ଼ ସତ୍ତ୍ବେ ପୁଲିସ୍‌ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଗତକାଲି ଯାତ୍ରା ହୋଇଥିଲା। ସମସ୍ତେ ଉପଭୋଗ କଲେ, କିନ୍ତୁ ପୁଲିସ ପାଖରେ କିଛି ସୂଚନା ନଥିଲା।


No comments

Powered by Blogger.