Header Ads

Header ADS

ଆଠଗଡ କଲେଜ ଓଡିଆ ସାହିତ୍ୟ ସମାଜର ବାର୍ଷିକୋତ୍ସବ

ଆଠଗଡ: ଗୋପବନ୍ଧୁ ବିଜ୍ଞାନ କଲେଜ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଅଧିନ ଓଡିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ ଓ ପାଠଚକ୍ର ସମ୍ପାନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କଲେର ଅଧ୍ୟକ୍ଷ ଡଃ ଲୋକନାଥ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଓଡିଆ ପ୍ରଫେସର, ବିଶିଷ୍ଟ ବକ୍ତା ଓ ସମାଲୋଚକ ଡଃ ବାବାଜୀ ଚରଣ ପଟ୍ଟନାୟକ ଯୋଗଦେଇ ବ୍ୟାସକବି ଫକିର ମୋହନ ସେନାପତିଙ୍କ ଗଦ୍ୟ ତଥା ପଦ୍ୟ ସାହିତ୍ୟରେ ଏକ ସୁଦୀର୍ଘ ଜୟଯାତ୍ରା ହୋଇଥିଲା ବୋଲି ପ୍ରକାଶ କରିଥିଲେ।

ସେଥିରେ ତାଙ୍କର ପଦ୍ୟ ସାହିତ୍ୟ କ୍ଷେତ୍ରରେ ଅବଦାନକୁ ନେଇ ଗବେଷଣାର ଆବଶ୍ୟକତା ରହିଛି ବୋଲି ଡଃ ପଟ୍ଟନାୟକ ମତପ୍ରକାଶ କରିଥିଲେ। ମୁଖ୍ୟବକ୍ତା ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସମାଲୋଚକ ଡଃ ନାରାୟଣ ପଣ୍ଡା ଫକୀର ମୋହନ ଜଣେ ଯୋଗଜନ୍ମା ଓ ଯୁଗଜନ୍ମା ସାରସ୍ୱତ ସାଧକ ଥିଲେ ଏବଂ ତାଙ୍କର ଲେଖନୀର ପ୍ରକୃତ ପରାକାଷ୍ଠା ଡମପଡା ଗଡରେ ଥିବାବେଳେ ପ୍ରକଟିତ ହୋଇଥିଲା ବୋଲି ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସଂସ୍କୃତ ଅଧ୍ୟାପକ ଡଃ ଅଞ୍ଜନ ନନ୍ଦ ଓ ଅଧ୍ୟାପକ ଗୌତମବୁଦ୍ଧ ସୀତାରାମ ଯୋଗଦେଇ ଉଦ୍‍ବୋଧନ ଦେଇଥିଲେ।

ଅଧ୍ୟାପକ ଡଃ ଦିବ୍ୟଶକ୍ତି ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ଡଃ ଚିତ୍ରସେନ ରାଉତ ଭିତ୍ତି ପ୍ରବନ୍ଧ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପିକା ଶ୍ରୀମନ୍ତିନୀ ଦାସ ବିବରଣୀ ପାଠ କରିଥିଲେ। ଶୁଭଶ୍ରୀ ପ୍ରଧାନ ଓ ପ୍ରେମଲତା ସାହୁ କାର୍ଯ୍ୟକ୍ରମ ପରିଚାଳନା ଏବଂ ଅଧ୍ୟାପିକା ଲିପ୍ସା ଲୋପାମୁଦ୍ରା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସମ୍ପାନ ପ୍ରଶ୍ନୋତ୍ତରୀ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।



No comments

Powered by Blogger.