Header Ads

Header ADS

କେନ୍ଦୁଗଣ୍ଡି ବୁଝେଇ ଗାଡ଼ି ଜବତ ଜଣେ ଗିରଫ

ଦେଓଗାଁ : ଦେଓଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଡ଼ଭେଳା-ତୁଷୁରା ରାସ୍ତା ତେଲ ନଦୀ ବ୍ରିଜ ଉପରେ ଦେଓଗାଁ ବନ ବିଭାଗ ଚଢ଼ାଉ କରି ଏକ କେନ୍ଦୁ ଗଣ୍ଡି ବୁଝେଇ ଗାଡିକୁ ଜବତ ସହ ଜଣ ବ୍ୟକ୍ତିକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଗିରଫ ହୋଇ ଜେଲ ଯାଇଥିବା ବ୍ୟକ୍ତି ଜଣକ ସମ୍ବଲପୁର ଜିଲା ଏମଡି ନାଶୁରଧିନ ବୋଲି ଜଣାପଡ଼ିଛି।

ମିଳିଥବା ସୂଚନା ଅନୁସାରେ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳରୁ  ଏକ ଗାଡ଼ିରେ କେନ୍ଧୁଗଣ୍ଡି ବୋଝେଇ କରି ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିବାର ଖବର ବନ ବିଭାଗ ପାଖରେ ପହଞ୍ଚିଥିଲା। ଏହି ସୂଚନା ପାଇବା ପରେ ଦେଓଗାଁ ରେଞ୍ଜର ଯୁଧିଷ୍ଠିର ଜାଲ, ଫରେଷ୍ଟର ବ୍ୟାସଦେବ ସାହୁ, ସୁକାନ୍ତି ସରାଫଙ୍କ ସହ ପାରା ଫରେଷ୍ଟ ଷ୍ଟାଫ୍ ଯୋଜନାବଦ୍ଧ ଭାବରେ ତୁଷୁରା ତେଲ ନଦୀ ବ୍ରିଜ ଉପରେ ଚଢ଼ାଉ କରିଥିଲେ। ଯେଉଁଥିରୁ ୧୯ ଖଣ୍ଡ କେନ୍ଦୁ ଗଣ୍ଡି  ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ୩୪.୨୦ ସେପ୍ଟି ଏବଂ ଏହାର ଆନୁମାନିକ ମୂଲ୍ୟ ଟଙ୍କା ପ୍ରାୟ ଅଢେ଼ଇ ଲକ୍ଷ ଟଙ୍କା ଏହାକୁ ନେଇ ଅଧିକ ହେବ ଏବଂ ଏ ସଂକ୍ରାନ୍ତରେ  ତଦନ୍ତ ଚାଲିଛି ବୋଲି ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି।



No comments

Powered by Blogger.