Header Ads

Header ADS

ଆଧୁନିକ ଭାରତର ସର୍ବଶ୍ରେଷ୍ଠ ବୈଦିକଦର୍ଶନର ଦାର୍ଶନିକ ଓ ସମାଜ ସଂସ୍କାରକ   ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ
ଆଧୁନିକ ଭାରତର ସର୍ବଶ୍ରେଷ୍ଠ ବୈଦିକଦର୍ଶନର ଦାର୍ଶନିକ ଓ ସମାଜ ସଂସ୍କାରକ   ସ୍ବାମୀ ବିବେକାନନ୍ଦ କେବଳ ଭାରତରେ ନୁହେଁ, ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶ​‌େ​‌ର ଖ୍ୟାତିଅର୍ଜନ କରିଥିଲେ। ସେ ୧୮୬୩ ଜାନୁଆରୀ ୧୨ରେ ଜନ୍ମଗ୍ରହଣ କରିଥିଲେ ଓ ୧୯୦୨ ଜୁଲାଇ ୪ରେ ମୃତ୍ୟୁବରଣ କରିଥିଲେ। ସେ ମାତ୍ର ୩୯ ବର୍ଷ ଜୀବିତ ଥିଲେ ଓ ଏହି ସ୍ବଳ୍ପକାଳ ମଧ୍ୟରେ ସେ ସମଗ୍ର ବିଶ୍ବକୁ ପ୍ରଭାବିତ କରିପାରିଥିଲେ। ୧୮୯୩ରେ ଆମେରିକାର ଚିକାଗୋ ସହରରେ ଅନୁଷ୍ଠିତ ବିଶ୍ବ ଧର୍ମ ପାର୍ଲାମେଣ୍ଟରେ ତାଙ୍କର ଓଜସ୍ବିନୀ ବକ୍ତବ୍ୟ ତାଙ୍କୁ ସମଗ୍ର ବିଶ୍ବରେ ପରିଚିତ କରାଇଥିଲା। ସେ ହିନ୍ଦୁ ଧର୍ମ ଦର୍ଶନକୁ ବିଶ୍ବ ଦରବାରରେ ଉପସ୍ଥାପନ କରି ଭାରତର ସମ୍ମାନ ବହୁଗୁଣ ବଢ଼ାଇ ପାରିଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଦର୍ଶନ ଥିଲା ବିଶ୍ବ ଦର୍ଶନ। ତାଙ୍କର ଗୁରୁ ରାମକୃଷ୍ଣ ପରମହଂସ କହୁଥିଲେ – ‘ସବୁ ଧର୍ମ ହିଁ ସତ୍ୟ’।
ସ୍ବାମୀ ବିବେକାନନ୍ଦ ଜନ୍ମ ଗ୍ରହଣ ପରେ ନରେନ୍ଦ୍ର ନାଥ ଦତ୍ତ ଭାବରେ ପରିଚୟ ଲାଭ କରିଥିଲେ। ୧୮୯୩ରେ ସେ ବିଦେଶ ଯିବା ପୂର୍ବରୁ ଭାରତର ଜଣେ ରାଜା ତାଙ୍କୁ ସ୍ବାମୀ ବିବେକାନନ୍ଦ ଭାବେ ନୂତନ ନାମରେ ସମ୍ବୋଧନ କଲେ ଓ ସେବେଠାରୁ ସେ ସ୍ବାମୀ ବିବେକାନନ୍ଦ ନାମରେ ଖ୍ୟାତି ଅର୍ଜନ କରିଛନ୍ତି। ବିବେକାନନ୍ଦ ପ୍ରାୟ ୪ ବର୍ଷ ଆମେରିକାରେ ରହି ଶତାଧିକ ଧର୍ମ ସଭାରେ ବକ୍ତବ୍ୟ ରଖିଥିଲେ। ତାଙ୍କ ମତରେ ଧର୍ମ କେବଳ ତତ୍ତ୍ବ ନୁହେଁ ବରଂ ଜୀବନ ପ୍ରଣାଳୀ ପାଇଁ ଏକ ଦର୍ଶନ। ଏହା ମଣିଷକୁ ବର୍ବରତାରୁ ମନୁଷ୍ୟତାକୁ ନେଇଯାଇଥାଏ। ସେ ତାଙ୍କ ସମୟର ଧର୍ମୀୟ ଋଢ଼ିବାଦୀ କାର୍ଯ୍ୟକ୍ରମର ସମାଲୋଚନା କରୁଥିଲେ।
ଜନାର୍ଦ୍ଦନ ପତି, ମୋ-୯୪୩୭୦୦୭୭୭୦



No comments

Powered by Blogger.