ରାଜଧାନୀରୁ ଦୁଇ ସ୍କୁଲ ଛାତ୍ରୀ ନିଖୋଜ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଦୁଇ ସ୍କୁଲ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଇ ଛାତ୍ରୀ ଘାଟିକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଜଣାପଡିଛି। ବୁଧବାର ୪ଟା ବେଳେ ସ୍କୁଲ ଛୁଟି ହେବା ପରେ ସେମାନେ ଆଉ ଘରକୁ ଫେରିନାହାନ୍ତି। ସ୍କୁଲ ଛୁଟି ପରେ ଘରକୁ ଫେରିବା ବାଟରୁ ସେମାନେ ନିଖୋଜ ହୋଇଯାଇଥିବା କୁହାଯାଉଛି। ବୁଧବାର ଅପରାହ୍ନରୁ ଏହି ଘଟଣା ଘଟିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁହିଁଙ୍କର କୌଣସି ପତ୍ତା ମିଳିନି। ସେପଟେ କେହି ଅପହରଣ କରିନେଇଥିବା ସନ୍ଦେହ କରି ପରିବାର ଲୋକ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି। ବୁଧବାର ପୁଲିସର ସ୍ବତନ୍ତ୍ର ଟିମ୍ ଘାଟିକିଆ ଏବଂ ଆଖପାଖ ଅଞ୍ଚଳରେ ଯାଞ୍ଚ ଚଳାଇଛି। ସିସି ଟିଭି ଫୁଟେଜକୁ ଆଧାର କରି ସ୍କୁଲ କର୍ତ୍ତୁପକ୍ଷ ଏବଂ ସହପାଠୀ ମାନଙ୍କୁ ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।
No comments