Header Ads

Header ADS

ମନ୍ତ୍ରୀ ଟୁକୁନି ସାହୁଙ୍କ କାର ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର: ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବଲାଙ୍ଗିରରୁ ଫେରିଲାବେଳେ ବଡ଼ମାଳ ଫସ୍ପି ଛକରେ ମନ୍ତ୍ରୀଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଏକ ମାଲବାହି ଭ୍ୟାନ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ମନ୍ତ୍ରୀଙ୍କ କାରର ଗୋଟିଏ ଡୋର ଖୋଲିନଥିଲା। ମନ୍ତ୍ରୀ ଟୁକୁନି ସାହୁଙ୍କୁ ପୁଲିସ ଉଦ୍ଧାର କରିଥିଲେ। ଏଥିରେ ମନ୍ତ୍ରୀଙ୍କ କାର ଡ୍ରାଇଭର ଆହତ ହୋଇଥିଲେ। ତାଙ୍କୁ ବଲାଙ୍ଗିର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ମନ୍ତ୍ରୀଙ୍କ କାର କ୍ଷତିଗ୍ରସ୍ତ ହୋଇଥିବାବେଳେ ମନ୍ତ୍ରୀ ଟୁକୁନି ସାହୁ ସୁରକ୍ଷିତ ଥିବା ପୁଲିସ ସୂଚନା ଦେଇଛି।



No comments

Powered by Blogger.